ପାଟନା: ଭାରତୀୟ ରାଜନୀତିରେ ଚାଣକ୍ୟ ରୂପେ ପରିଚିତ ଅମିତ ଶାହାଙ୍କର ଦବ୍‌ଦବା ଓ ପ୍ରଭାବ ଯେ କେବଳ ମାତ୍ର ତାଙ୍କ ନିଜ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସୀମିତ ତା’ନୁହେଁ; ବରଂ ବିଜେପିକୁ ସମର୍ଥନ ଦେଉଥିବା ସବୁ ରାଜନୈତିକ ଦଳ ତାଙ୍କ ଅଧୀନରେ। ଆଜି ଏପରି ଏକ ଘଟଣାର ପ୍ରମାଣ ଦେଖିବା ପାଇଁ ମିଳିଛି। ଯେଉଁଥି ପାଇଁ, ନିର୍ବାଚନୀ ରାଜନୀତି ଓ ନିର୍ବାଚନୀ ରଣକୌଶଳରେ ଜଣେ ସଫଳ ନୀତି ନିର୍ଦ୍ଧାରକ ରୂପେ ବିବେଚିତ ପ୍ରଶାନ୍ତ କିଶୋରଙ୍କୁ କେନ୍ଦ୍ର କରି ଆଜି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଘଟଣା କ୍ରମଟି ଏହିପରି...

Advertisment

ଜେଡି(ୟୁ) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକଦା ଘନିଷ୍ଠ ସହଯୋଗୀ ରହିବା ସହ ଦଳ ମଧ୍ୟରେ ନମ୍ବର ଦୁଇ ଭାବରେ ପରିଗଣିତ ହେଉଥିଲେ ପ୍ରଶାନ୍ତ କିଶୋର। ଜେଡି(ୟୁ)ରେ ଯଥେଷ୍ଟ ଦବ୍‌ଦବା ଓ ପ୍ରଭାବ ରହିଥିଲା ପ୍ରଶାନ୍ତ କିଶୋରଙ୍କର।

ତେବେ, ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ନାଗରିକତା (ସଂଶୋଧନ) ଆଇନ (ସିଏଏ)କୁ କେନ୍ଦ୍ରକରି ବିବାଦ ଆରମ୍ଭ ହୋଇଥିଲା। ପ୍ରଶାନ୍ତ କିଶୋର ସିଏଏକୁ ବିରୋଧ କରୁଥିବା ବେଳେ ଜେଡି(ୟୁ) ମଧ୍ୟ ସଂସଦରେ ସିଏଏକୁ ବିରୋଧ କରୁ ବୋଲି ଚାହୁଁଥିଲେ। କିନ୍ତୁ, ଜେଡି(ୟୁ) ସମର୍ଥନରେ ସଂସଦର ଉଭୟ ଗୃହରେ ସିଏଏ ପାରିତ ହୋଇଯିବା ପରେ ଏହାକୁ ତୀବ୍ର ବିରୋଧ କରି ବିଜେପି ଓ ଜେଡି(ୟୁ) ବିରୋଧରେ ବୟାନବାଜି କରିବାରୁ ପ୍ରଶାନ୍ତ କିଶୋର ଓ ଦଳ ସୁପ୍ରିମୋ ନୀତୀଶଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତେବେ, ପ୍ରଶାନ୍ତ କିଶୋର ଯେତେବେଳେ ବୟାନ ଦେଲେ ଯେ ଜେଡି(ୟୁ) ସଂସଦରେ କହିଁକି ଓ କେଉଁ ପରିସ୍ଥିତରେ ସମର୍ଥନ ଦେଲା ତାହାର ଉତ୍ତର କେବଳ ମୁଖ୍ୟମନ୍ତ୍ରୀ ନୀତୀଶ ଦେଇପାରିବେ ସେତେବେଳେ ପ୍ରାଶାନ୍ତ କିଶୋରଙ୍କ ଦଳ ମଧ୍ୟରେ ବିରୋଧ ଆରମ୍ଭ ହୋଇଛି।
ଏପରିସ୍ଥିତିରେ ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାନ୍ତ କିଶୋରଙ୍କୁ ସେ ୨୦୧୮ରେ ଦଳରେ ସାମିଲ କରିଥିଲେି। ଫଳରେ ଯାହାକୁ କେନ୍ଦ୍ରକରି ଆରମ୍ଭ ହୋଇଛି ଏହି ଚର୍ଚ୍ଚା ଓ ଆଲୋଚନା।