୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ଭାରତର କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନ୍ମଦିନ। ଆଜି ସେ ମଙ୍ଗଳବାର ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିବା ଅମିତ ଶାହାଙ୍କର ପିତାଙ୍କ ନାମ ହେଉଛି ଅନିଲ ଚନ୍ଦ୍ର ଶାହା ଏବଂ ମାତାଙ୍କ ନାମ କୁସୁମବେନ ।

ଅମିତ ଶାହାଙ୍କ ୫୫ତମ ଜନ୍ମଦିନ ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇ କହିଛନ୍ତି,‘ କର୍ମଠ, ଅଭିଜ୍ଞ, କୁଶଳ ସଂଗଠକ ଏବଂ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅମିତ ଶାହାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଉଛି । ସରକାରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବା ସହିତ ଭାରତକୁ ସଶକ୍ତ ଓ ସୁରକ୍ଷିତ କରିବାରେ ଶାହାଙ୍କ ଭୂମିକା ଭୁଲିହେବ ନାହିଁ । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ସର୍ବଦା ସୁସ୍ଥ ରଖନ୍ତୁ, ଏହା ହିଁ କାମନା କରୁଛି ।’

प्रधानमंत्री नरेंद्र मोदी और अमित शाह (फाइल फोटो)
image source-amarujala

ସୂଚନାଯୋଗ୍ୟ, ଅମିତ ଶାହା ୧୯୮୦ରେ ମାତ୍ର ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ ଏବଂ୧୯୮୬ ମସିହାରେ ତାଙ୍କର ପ୍ରଥମେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ହୋଇଥିଲା।

ସମ୍ବନ୍ଧିତ ଖବର