ଅମିତ ଶାହଙ୍କ ଘୋଷଣା ନାଇଡ଼ୁଙ୍କ ପାଇଁ ଏନ୍‌ଡିଏ ଦ୍ବାର ସବୁଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ଏନ୍‌ଡିଏ ପୁଣିଥରେ କ୍ଷମତା ହ‌ାସଲ କରିବ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । କିନ୍ତୁ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଯଦି କୌଣସି ବି ପରିସ୍ଥିତିରେ ଏନ୍‌ଡିଏକୁ ଫେରିବାକୁ ଚାହିବେ ତେବେ ତାଙ୍କ ପାଇଁ ସବୁ ବାଟ ବନ୍ଦ ବୋଲି ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ପୁଣିଥରେ ଏନ୍‌ଡିଏକୁ ଫେରିବେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଶାହ ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସହ ହାତ ମିଳାଇ ନାଇଡ଼ୁ ଆନ୍ଧ୍ର ବାସିନ୍ଦାଙ୍କୁ ଅପମାନିତ କରିଛନ୍ତି। ଆନ୍ଧ୍ର ଜନସାଧାରଣଙ୍କୁ ଆଶ୍ବାସନା ପ୍ରଦାନ କରି ଶାହ କହିଛନ୍ତି ଯେ ନାଇଡ଼ୁଙ୍କ ପାଇଁ ଏନ୍‌ଡିଏର ଦ୍ବାର ବନ୍ଦ ହେବାପାଇଁ ନିଜେ ନାଇଡ଼ୁ ହିଁ ଦାୟୀ। ଶ୍ରୀକାକୁଲମ୍‌ ଜିଲ୍ଲାରେ ଏକ ରୢାଲିରେ ଭାଷଣ‌ ଦେଇ ଶାହ ଏକଥା କହିଛନ୍ତି।

ସମ୍ବନ୍ଧିତ ଖବର