ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଅହମ୍ମଦାବାଦ : ଶନିବାର  ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା  ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ନିଜ ସମର୍ଥକ, କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ଦୀର୍ଘ ୪ କିଲୋମିଟର ରୋଡ ସୋ’ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଥିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ । ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ । ଏଥିସହ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ମୋଦିଙ୍କୁ ରାହୁଲ ଗାନ୍ଧି ଚୌକିଦାର ଚୋର ହେ କହୁଛନ୍ତି । ତେଣୁ ମୁଁ ଜନତାଙ୍କୁ ଅନୁରୋଧ କରୁଛି, ସେମାନେ ବିରୋଧୀଙ୍କୁ ଜବାବ ଦିଅନ୍ତୁ ଯେ ଚୌକିଦାର ଚୋର ନେହିଁ , ପିଏମ ବନନା ସିଓର ହେ ।

DNA India

ଅହମ୍ମଦାବାଦରେ ଅମିତ ଶାହାଙ୍କ ଜନସଭାରେ ସାମିଲ ହୋଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି  ବିଜେପି ଓ ଶିବସେନା ମଧ୍ୟରେ ସମସ୍ତ ପ୍ରକାର ମନୋମାଳିନ୍ୟ ଦୂର ହୋଇଛି । ତେବେ ବିଜେପି ଓ ଶିବସେନା ମଧ୍ୟରେ ମତାନ୍ତରକୁ ନେଇ କିଛି ଲୋକ ଖୁସି ଥିଲେ । କିନ୍ତୁ ମୁଁ ଆଜି ସେହିମାନଙ୍କୁ କହୁଛି ଯେ ସେ ସବୁ ମତାନ୍ତର ଦୂର ହୋଇଯାଇଛି ।  ଏବେ ଶାହାଙ୍କ ସହ ମୋ ବିଚାର ଏକ । ବିଜେପି ସହ ମୋ ବିଚାର ଏକ । ଆମେ ନେତା ମଧ୍ୟ ଏକ ।

ସମ୍ବନ୍ଧିତ ଖବର