ଯେଉଁମାନେ ନିଜ ନାଗରିକତ୍ୱ ପ୍ରମାଣ କରିପାରିବେ ନାହିଁ, ସେମାନଙ୍କର ଭୋଟ ଦେବାର ଅଧିକାର ରହିବା ଉଚିତ ନୁହେଁ : ଅମିତ ଶାହା

ନୂଆଦିଲ୍ଲୀ : ଆସାମରେ ଚାଲିଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି)ରୁ ୪୦ ଲକ୍ଷ ଲୋକ ବାଦ ପ଼ଡିବାକୁ ନେଇ ସାରା ଦେଶରେ ବିବାଦ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏପରି କରାଯିବା ସଂପର୍କରେ ସଂକେତ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଯେଉଁମାନେ ନିଜର ନଗରିକତ୍ୱ ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ ନୁହେଁ । ସେ କହିଛନ୍ତି କେବଳ ଆସାମରେ ୪୦ ଲକ୍ଷ ଅନୁପ୍ରବେଶକାରୀ ଅଛନ୍ତି । ସେମାନଙ୍କୁ ପୁଣିଥରେ ନାଗରିକତ୍ୱ ପ୍ରମାଣ ପାଇଁ ସୁଯୋଗ ଦିଆଯିବ । କିନ୍ତୁ ଯେଉଁମାନ ପ୍ରମାଣ କରିନପାରିବେ ସେମାନଙ୍କ ପାଇଁ ଆମଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।
ଆସାମର ଜାତୀୟ ନାଗରିକ ତାଲିକା (ଏନଆରସି) ରିପୋର୍ଟରୁ ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଞ୍ଜିକରଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଞ୍ଚିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର