ଗାନ୍ଧୀନଗର ଆସନରୁ ଲାଲକୃଷ୍ଣ ଆଡଭାନିଙ୍କ ବଦଳରେ ଅମିତ ଶାହା ଲଢ଼ନ୍ତୁ : ଭାଜପା କାର୍ଯ୍ୟକର୍ତ୍ତାଙ୍କ ମତ

ଗାନ୍ଧୀନଗର:ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜୁରାଟରୁ ଏଥର ଲୋକସଭା ନିର୍ବାଚନ ଲଢନ୍ତୁ ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ ଚାହୁଁଛନ୍ତି। ଗୁଜୁରାଟର ଗାନ୍ଧୀନଗର ଆସନରୁ କିଏ ପ୍ରାର୍ଥୀ ହେବା ଦଳ ପାଇଁ ଭଲ ହେବ ବୋଲି ଜାଣିବା ଲାଗି ଭାଜପା ପକ୍ଷରୁ ଜଣେ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପଠାଯାଇଥିଲା। ସେଠାରେ ମତ ପ୍ରକାଶ ପାଇଥିଲା ଯେ ଅମିତ ଶାହା ଗାନ୍ଧୀନଗର ଆସନରୁ ଲଢନ୍ତୁ।

ଗାନ୍ଧୀନଗର ଆସନରୁ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି। ପାର୍ଟିର ପର୍ଯ୍ୟବେକ୍ଷକ ନିମାବେନ୍‌ ଆଚାର୍ଯ୍ୟ କହିଛନ୍ତି କୌଣସି ଭାଜପା କାର୍ଯ୍ୟକର୍ତ୍ତା ଗାନ୍ଧୀନଗରରୁ ଲଢିବା ପାଇଁ ଦାବି କରି ନାହାନ୍ତି ଓ ସମସ୍ତେ ଏକ ସ୍ୱରରେ ଦାବି କରିଛନ୍ତି ଯେ ଏଠାରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଲୋକସଭା ଲାଗି ପ୍ରାର୍ଥୀ ହୁଅନ୍ତୁ। ତେବେ ଅମିତ ଶାହା ଲୋକସଭା ନିର୍ବାଚନ ଲାଗି ସାରା ଦେଶରେ ପ୍ରଚାର କରିବେ। ତା’ଛଡା ସେ ରାଜ୍ୟସଭା ସାଂସଦ ଥିବା ହେତୁ ନିର୍ବାଚନ ଲଢିବେ କି ନା ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର