ଦେଶର ପ୍ରତି ଅଞ୍ଚଳରେ ଥିବା ବେଆଇନ ଅନୁପ୍ରବେଶକାରୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ : ଅମିତ ଶାହା

ନୂଆଦିଲ୍ଲୀ : ଆସାମରେ ଚାଲିଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି)ରୁ ୪୦ ଲକ୍ଷ ଲୋକ ବାଦ ପ଼ଡିବାକୁ ନେଇ ସାରା ଦେଶରେ ବିବାଦ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏପରି କରାଯିବା ସଂପର୍କରେ ସଂକେତ ଦେଇଛନ୍ତି  ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି ନେତା ଜାଭେଦ ଅଲି ଖାଁଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏନଆରସିକୁ ଦେଶର ସବୁ ରାଜ୍ୟରେ ଲାଗୁ କରାଯିବ । ଦେଶର ପ୍ରତି ଇଞ୍ଚରେ ଥିବା ବେଆଇନ ପ୍ରବାସୀଙ୍କୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଭାରତରୁ ସେମାନଙ୍କ ଦେଶକୁ ପଠାଇଦିଆଯିବ ।

The Financial Express

ପୂର୍ବରୁ ମଧ୍ୟ ଶାହା କହିଥିଲେ ଯେ ଯେଉଁମାନେ ନିଜର ନଗରିକତ୍ୱ ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ ନୁହେଁ । ସେ କହିଥିଲେ ଯେ କେବଳ ଆସାମରେ ୪୦ ଲକ୍ଷ ଅନୁପ୍ରବେଶକାରୀ ଅଛନ୍ତି । ସେମାନଙ୍କୁ ପୁଣିଥରେ ନାଗରିକତ୍ୱ ପ୍ରମାଣ ପାଇଁ ସୁଯୋଗ ଦିଆଯିବ । କିନ୍ତୁ ଯେଉଁମାନେ ପ୍ରମାଣ କରିନପାରିବେ ସେମାନଙ୍କ ପାଇଁ ଆମଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର