ରାସ୍ତାରେ ବୁଲି ଅପରାଧ ରୋକିବ ଆମ୍ମା ଗାଡି 

ଚେନ୍ନାଇ: ଏଣିକି ତାମିଲନାଡୁ ରାସ୍ତାରେ ଦେଖିବାକୁ ମିଳିବ ଆମ୍ମା ପ୍ୟାଟ୍ରୋଲିଙ୍ଗ | ଚେନ୍ନାଇରେ ଥିବା ସଚିବାଳୟ ପରିସରରେ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲନିସ୍ୱାମୀ ଆମ୍ମା ପୁଲିସ ପ୍ୟାଟ୍ରୋଲିଙ୍ଗ ଭେଇକିଲ ସେବାର ଶୁଭାରମ୍ଭ କରିଛନ୍ତି | ଏହା ସହ ତାମିଲନାଡୁରେ ବିଧିବଦ୍ଧ ଭାବେ ଇଲେକ୍ଟ୍ରିକ ବସ ସେବାର ଶୁଭାରମ୍ଭ କରାଯାଇଛି |

ମିଳିଥିବା ସୂଚନା ମୁତାବକ ଉଦଘାଟିତ ହୋଇଥିବା ଆମ୍ମା ପ୍ୟାଟ୍ରୋଲିଙ୍ଗ ଭେଇକିଲ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅପରାଧକୁ ରୋକିବାରେ କାର୍ଯ୍ୟ କରିବ | ଏହି ଗାଡ଼ିରେ ହେଲ୍ପଲାଇନ ନମ୍ବର ଦିଆଯିବା ସହ ଯଦି କୌଣସି ମହିଳା ଫୋନ କରନ୍ତି ତୁରନ୍ତ ଏହି ଗାଡି ମହିଳାଙ୍କ ପାଖରେ ପହଂଚି ତାଙ୍କୁ ଉଦ୍ଧାର କରିବ |

କୁହାଯାଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାକୁ ଏଭଳି ଯୋଜନା ତାମିଲନାଡୁରେ ଆରମ୍ଭ କରାଯାଇଛି | ଗତବର୍ଷ କେରଳ ସରକାର ମଧ୍ୟ ପିଙ୍କ ବିଟ ନାମରେ ଏଭଳି ଏକ ସେବାର ଶୁଭାରମ୍ଭ କରିଥିଲେ | ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନାମରେ ଏହି ସେବାକୁ ଆରମ୍ଭ କରାଯାଇଛି |

ସମ୍ବନ୍ଧିତ ଖବର