ଅମୃତସର ଦୁର୍ଘଟଣା ଲାଗି ମୃତାହତଙ୍କୁ କ୍ଷତିପୂରଣ ଦେବ ନାହିଁ ରେଳ; ତଦନ୍ତ ବି କରିବ ନାହିଁ

ଲୋକେ ଟ୍ରେନ ହର୍ଣ୍ଣ ଶୁଣି ନ ପାରିବାରୁ ଦୁର୍ଘଟଣା ଘଟିଛି : ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା

ନୂଆଦିଲ୍ଲୀ: ଭାରତୀୟ ରେଳ ଅମୃତସର ଦୁର୍ଘଟଣା ଲାଗି ମୃତାହତଙ୍କୁ କୌଣସି କ୍ଷତିପୂରଣ ଦେବ ନାହିିଁ।  କାରଣ ଏହା ଏକ ଅଘଟଣ,ରେଳ ଦୁର୍ଘଟଣା ନୁହେଁ।   ଅମୃତସର ଭଳି ଦୁର୍ଘଟଣା ସଂପର୍କରେ ରେଳ ଦୁର୍ଘଟଣା ତାଲିକାରେ ଉଲ୍ଲେଖ ନାହିଁ। ଉପରୋକ୍ତ ସୂଚନା ଦେଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା।

ଏଥିସହ ସେ ଘୋଷଣା କରିସାରିଛନ୍ତି କି ଅମୃତସର ଦୁର୍ଘଟଣାର ତଦନ୍ତ କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ଡ୍ରାଇଭରମାନଙ୍କୁ ଆଗରୁ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନଥାଏ କି କେଉଁଠାରେ ଟ୍ରେନର ବେଗ ଧିମା କରାଯିବ ଓ କେଉଁଠାରେ ବେଗ ଅଧିକ ରହିବ। ଯେଉଁଠାରେ ଦୁର୍ଘଟଣା ହେଲା, ସେଠାରେ ଏକ ବୁଲାଣି ଥିବାରୁ ଡ୍ରାଇଭରଙ୍କୁ ଲୋକଙ୍କ ଉପସ୍ଥିତି ଦୃଶ୍ୟମାନ ହୋଇନଥିଲା। ଜନସାଧାରଣ ରେଳ ଧାରଣା ନିକଟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଅନୁଚିତ।

ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଲୋକେ ଟ୍ରେନ ହର୍ଣ୍ଣ ଶୁଣି ନ ପାରିବାରୁ ଦୁର୍ଘଟଣା ଘଟିଛି । ରାବଣ ପୋଡି ସମୟରେ ବାଣ ଫୁଟିବା ଶବ୍ଦରେ ଲୋକେ ଟ୍ରେନ ହର୍ଣ୍ଣ ଶୁଣିପାରିନଥିଲେ । ଯାହା ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ବୋଲି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ । କିଛି ଲୋକ ଟ୍ରେନ ଟ୍ରାକରେ ବସିଥିବାରୁ ହଠାତ୍ ଉଠିନପାରି ଟ୍ରେନ ଚାପାରେ ଆସିଯାଇଥିଲେ । ରାବଣ ପୋଡି କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇକୁ କୌଣସି ସୂଚନା ଦିଆଯାଇନଥିଲା ।

ସମ୍ବନ୍ଧିତ ଖବର