ମୋଦୀଙ୍କୁ ଦେଶର ପିତା କହି ସମାଲୋଚନାର ଶିକାର ‌ହେଲେ ଫଡ଼ନାବିସଙ୍କ ପତ୍ନୀ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଗତକାଲି ତାଙ୍କ ୬୯ତମ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସ ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ଅମୃତା ଏକ ଟ୍ବିଟ୍‌ ମାଧ୍ୟମରେ ମୋଦୀଙ୍କୁ ଦେଶର ପିତା ବୋଲି କହି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାରୁ ତାଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଅନେକ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଜାତିର ଜନକ କୁହାଯାଏ। ମୋଦୀ କେତେବେଳେ ଏବଂ କେମିତି ଦେଶର ପିତା ହେଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଗତକାଲି ଦେବେନ୍ଦ୍ର ଫଡ଼ନାବିସ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ, ମୋଦୀଙ୍କ ନେତୃତ୍ବରେ ଗରିବମାନଙ୍କ ପାଇଁ ଆରମ୍ଭ ହୋଇଥିବା ଅନେକ ଜନମଙ୍ଗଳ ‌ଯୋଜନାର ସଫଳ କାର୍ଯ୍ୟାନ୍ବୟନ ‌ହୋଇଛି।

ସମ୍ବନ୍ଧିତ ଖବର