ପ୍ରାର୍ଥୀ ଘୋଷଣା ହେବାପରେ ଖ୍ୟାତନାମା କବୟିତ୍ରୀ ଅନାମିକା ଜୈନ ଅମ୍ବର ନିର୍ବାଚନ ଲଢିବାକୁ ମନା କଲେ

ନୂଆଦିଲ୍ଲୀ:୨୦୧୯ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀନୀ ପ୍ରାର୍ଥୀ ଘୋଷଣା ହେବାପରେ ନିର୍ବାଚନ ଲଢିବାକୁ ମନା କରି ଦେଇଥିଲେ। ମିଳିଥିବା ଖବର ଅନୁଯାୟୀ ଶିବପାଲ ଯାଦବ ପଶ୍ଚିମ ଉତ୍ତର ପ୍ରଦେଶର ମେରଠ-ହାପୁଡ ଲୋକସଭା ଆସନରୁ ଖ୍ୟାତନାମା କବୟିତ୍ରୀ ଅନାମିକା ଜୈନ ଅମ୍ବରଙ୍କୁ ପ୍ରାର୍ଥୀ କରିଥିଲେ। ମାତ୍ର ଅନାମିକା ପ୍ରାର୍ଥୀ ଘୋଷରା ହେବାପରେ ନିର୍ବାଚନ ଲଢିବାକୁ ମନା କରିଛନ୍ତି।

photo-oneindia

ଏସଂପର୍କରେ ଅନାମିକା ଜୈନ ଅମ୍ବର କହିଛନ୍ତି ଯେ ସେ ବ୍ୟକ୍ତିଗତଭାବେ ଶିବପାଲ ଯାଦବଙ୍କୁ ଖୁବ୍‌ ସମ୍ମାନ କରନ୍ତି। ସେ ତାଙ୍କୁ ଝିଅଭଳି ଦେଖନ୍ତି ବୋଲି କହିଛନ୍ତି ଅନାମିକା ଜୈନ ଅମ୍ବର। ସେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ମାତ୍ର ଶିବପାଲଙ୍କ ପାଇଁ ଫିରୋଜବାଦରେ ନିର୍ବାଚନ ପ୍ରଚାର କରିବେ। କିନ୍ତୁ  ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି। ଭାଜପାରେ ସେ ଯୋଗ ଦେଉଥିବା ଖବରକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଅନାମିକା। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ମୋଦୀଙ୍କ ବିଚାର ଧାରା ସହିତ ତାଙ୍କର ମନୋଭାବ ମିଶୁଛି।

ସମ୍ବନ୍ଧିତ ଖବର