ସିସିଡି ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ କହିଲେ ଆନନ୍ଦ ମହିନ୍ଦ୍ରା; ଅସଫଳତାକୁ ନେଇ ଏତେ ପ୍ରଭାବିତ ହେବା ଉଚିତ ନୁହେଁ

ନୂଆଦିଲ୍ଲୀ : ସିସିଡିର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ମୁଁ ନିଜ କାମରେ ଅସଫଳ ହୋଇଛି ବୋଲି ଲେଖି ସେ ଆତ୍ମହତ୍ୟା କରିଥିବା ଖବର ଆସିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏ ନେଇ ଏବେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଟୁଇଟ୍‌ କରି ନିଜର ମତ ରଖିଛନ୍ତି ।  ମୁଁ ଭିଜି ସିଦ୍ଧାର୍ଥଙ୍କୁ ଜାଣି ନଥିଲି କି ତାଙ୍କ ଆର୍ଥିକ ପରିସ୍ଥିତି ବିଷୟରେ ମଧ୍ୟ ମୋର କୌଣସି ଧାରଣା ନଥିଲା । ମୁଁ କେବଳ ଏତିକି ଜାଣିଛି କି, କୌଣସି ବ୍ୟବସାୟୀ ନିଜ ଅସଫଳତାକୁ ନେଇ ଏତେ ପ୍ରଭାବିତ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଠିକ୍‌ ନୁହେଁ ବୋଲି ସେ ଟୁଇଟ୍‌ରେ ଲେଖିଥିଲେ ।

ସୂଚନା ମୁତାବକ, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣାଙ୍କ ଜ୍ୱାଇ ଓ ସିସିଡିର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଥିଲା । ସୋମବାର ସିଦ୍ଧାର୍ଥ ମାଙ୍ଗାଲୁର ଯିବା ବାଟରେ ନିଖୋଜ ହୋଇ ଯାଇଥିଲେ । ୩୬ଘଣ୍ଟାର ସନ୍ଧାନ ପରେ ତାଙ୍କର ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧିତ ଖବର