ତିତଲି ବିପର୍ଯ୍ୟୟ : ଆନ୍ଧ୍ର ମାଗିଲା ୧୨୦୦ କୋଟି କେନ୍ଦ୍ରୀୟ ସହାୟତା, ଓଡ଼ିଶାରେ କ୍ଷୟକ୍ଷତି ଆକଳନ ଚାଲିଛି

ଭୁବନେଶ୍ୱର : କିଛିଦିନ ତଳେ ଆସିଥିବା ସାମୁଦ୍ରିକ ବାତ୍ୟା ତିତଲି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କେତେକ ଜିଲ୍ଲାରେ ଧ୍ୱଂସ ତାଣ୍ଡବ ରଚାଇଛି । ଏହି ବାତ୍ୟା ଓ ତାପରେ ହୋଇଥିବା ଲଗାଣବର୍ଷା ଫଳରେ ଓଡ଼ିଶାର ଗଜପତି, ଗଞ୍ଜାମ , ରାୟଗଡା ଆଦି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲା ପ୍ରଭାବିତ ହୋଇଛି । ଏବେ ଆନ୍ଧ୍ରପ୍ରଦେଶ ସରକାର ନିଜ ରାଜ୍ୟର ପ୍ରଭାବିତ ଅଞ୍ଚଳରେ ରହି ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି । ଏହି ବାତ୍ୟା ଫଳରେ ରାଜ୍ୟର ଏହି ଦୁଇଟି ଜିଲ୍ଲାରେ ପ୍ରବଳ କ୍ଷତି ହୋଇଛି ବୋଲି ସେ କହିବା ସହ କେନ୍ଦ୍ର ସରକାରଙ୍କଠାରୁ ପ୍ରାୟ ୧୨ଶହ କୋଟି ଟଙ୍କାର ସହୟତା ମାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ସେ ଏହି ସହାୟତା ତୁରନ୍ତ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଆଜି ସଂଧ୍ୟାରେ ପ୍ୟାକେଜ ଘୋଷଣା ହେବ ବୋଲି ସେ ସୂଚନା ଦେଇଛନ୍ତି । କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୌଣସି ସହାୟତା ପ୍ୟାକେଜ ମାଗିନାହାନ୍ତି ।

ସମ୍ବନ୍ଧିତ ଖବର