ମାଲକାନଗିରି ସୀମାରେ ୫ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାରେ ରବିବାର ୫ ମାଓବାଦୀ ନିହତ ହୋଇଛନ୍ତି। ବିଶାଖାପାଟଣା ଜିଲ୍ଲା ମାଡିଗାମାଲ୍ଲି ଜଙ୍ଗଲରେ କମ୍ବିଂ ଅପରେସନ୍‌ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ୫ ମାଓବାଦୀ ଟଳି ପଡ଼ିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୫ ମାଓବାଦୀଙ୍କ ମୃତଦେହ ବି ମିଳିଛି।

କାଲିମେଳା ଥାନା ସୀମାରେ ମାଡିଗାମାଲ୍ଲି ଗାଁ ଅବସ୍ଥିତ। ଗାଁକୁ ଲାଗିଥିବା ମାଡିଗାମାଲ୍ଲି ଜଙ୍ଗଲରେ ଆଜି ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିର ସାମ୍ନା ନକରି ପାରି ୫ ମାଓବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ଅନ୍ୟମାନେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ମାଲକାନଗିରି କାଲିମେଳାର ମାଡ଼ିଗାମାଲ୍ଲି ଜଙ୍ଗଲ ଭିତରେ ନକ୍ସଲ ଶିବିର ଚାଲିଥିଲା । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅନ୍ଧାର ରାତିରେ ଶିବିରକୁ ସୁରକ୍ଷା ବାହିନୀ ଘେରି ଯାଇଥିଲେ । ଭୋର ହେବା ମାତ୍ରେ ଡିଭିଏଫ୍‌, ଏସଓଜିଙ୍କ ସହ ଏବଂ ଆନ୍ଧ୍ର ଗ୍ରେହାଉଣ୍ଡ ମିଳିତ ଅପରେସନ୍‌ ଆରମ୍ଭ କରିଦେଲେ । ଏନକାଉଂଟର ଏତେ ଭୟଙ୍କର ଥିଲା ଯେ ତାକୁ ପ୍ରତିରୋଧ କରିବାକୁ ବାଟ ପାଇ ନଥିଲେ ମାଓବାଦୀ ।

ସମ୍ବନ୍ଧିତ ଖବର