ଈଶ୍ୱରଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ କଲେ ଆନ୍ଧ୍ର ପ୍ରଦେଶର ବିଧାୟକ!

0

ବିଜୟାଓ୍ଵାଡା: ଆନ୍ଧ୍ର ପ୍ରଦେଶର ଜଣେ ନବ ନିର୍ବାଚିତ ବିଧାୟକ ଈଶ୍ୱରଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତଥା ଓ୍ଵାଇଏସ ଆର୍‌ କଂଗ୍ରେସ ଅଧ୍ୟକ୍ଷ ଜଗମୋହନ ରେଡ୍ଡୀଙ୍କ ନାଆଁରେ ଶପଥ ଗ୍ରହଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ନେଲ୍ଲୋର ଗ୍ରାମୀଣ ଆସନରୁ ବିଜୟୀ ହୋଇଥିବା ବିଧାୟକ କୋରାମ ରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ବିଶ୍ୱାସନୀୟତା ଦର୍ଶାଇବା ଲାଗି ଏହି ପଦକ୍ଷେପ ନେଇଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜଗନ୍‌ ତାଙ୍କ ପାଇଁ ଭଗବାନ ଅଟନ୍ତି। ଏହାପରେ ପ୍ରୋଟେମ୍‌ ବାଚସ୍ପତି ସଂମ୍ବାଙ୍ଗୀ ଅପ୍ପାଲା ନାଇଡୁ ତତକ୍ଷଣାତ୍‌ ବିଧାୟକ ଶ୍ରୀଧର ଇଶ୍ୱରଙ୍କ ନାଆଁରେ ଶପଥ ନେଇଥିଲେ। ପରେ ଶ୍ରୀଧର ରେଡ୍ଡୀ କହିଥିଲେ ଯେ ସେ ଖୁବ୍‌ ଭାବପ୍ରବଣ ହୋଇ ଉଠିଥିଲେ,ଏଣୁ ନିୟମ ନ ମାନି ଶପଥ ଗ୍ରହଣ କରିଥିଲେ।

photo-navbhararttimes

ସେ ଆହୁରି ମଧ୍ୟ କହିଥିଲେ ଯେ ସେ ଏକ ଗରିବ ପରିବାରରୁ ଆସିଛନ୍ତି, ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ। ଜଗମୋହନ ରେଡ୍ଡୀ ତାଙ୍କୁ ଦୁଇଥର ବିଧାୟକ କରାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.