ଆନ୍ଧ୍ରପ୍ରଦେଶ: କୃଷ୍ଣା ନଦୀରେ ଡଙ୍ଗା ଓଲଟି ୨୧ ମୃତ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ କୃଷ୍ଣା ଜିଲ୍ଲାର ବିଜଓ୍ଵାଡ଼ା ଦେଇ ପ୍ରବାହିତ କୃଷ୍ଣା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ୨୧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

କୁହାଯାଉଛି ପ୍ରାୟ ୩୮ ଜଣ ଲୋକଙ୍କୁ ନେଇ ଯାଉଥିବା ନୌକାଟି ପ୍ରାୟ ସନ୍ଧ୍ୟା ସାଢ଼େ ପାଞ୍ଚଟାବେଳେ ଇବ୍ରାହିମ୍‌ ପଟନମ୍‌ ମଣ୍ଡଳ ଅଞ୍ଚଳ ନିକଟରେ ଓଲଟି ପଡ଼ିଥିଲା। ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରିଲିଫ୍‌ ଫୋର୍ସର ଦଳ ସେଠାରେ ତଲାସ ଏବଂ ଉଦ୍ଧାର କାର୍ଯ୍ୟ କରିଥିଲେ। କେତେକ ଆହତଙ୍କୁ ବିଜୟଓ୍ଵାଡ଼ାସ୍ଥିତ ଆନ୍ଧ୍ର ହସ୍‌ପିଟାଲ୍‌ରେ ଦାଖଲ କରାଯାଇଥିଲା। ଉଦ୍ଧାରକାରୀ ଦଳ ୨୧ଟି ଶବ ଉଦ୍ଧାର କରିଥିବାବେଳେ ୧୭ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ବାକି ଅନ୍ୟ ସାତ ଜଣ ନିଖୋଜ ଅଛନ୍ତି।

ନୌକାଟି ଭବାନୀ ଦ୍ୱୀପରୁ ବିଜୟଓ୍ଵାଡ଼ା ନିକଟସ୍ଥ ପବିତ୍ର ସଙ୍ଗମ ଅଭିମୁଖେ ଯାତ୍ରା କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଭୂମା ଅଖିଳା ପ୍ରିୟା ନିଦେଁଶ ଦେଇଛନ୍ତି।

ସମ୍ବନ୍ଧିତ ଖବର