ବେକାର ଗ୍ରାଜୁଏଟ୍‌ଙ୍କୁ ଆନ୍ଧ୍ର ସରକାର ଦେବେ ମାସିକ ୧୦୦୦ ଟଙ୍କା ଭତ୍ତା

0 714

ଅମରାବତୀ: ଖୁବ୍‌ ଶୀଘ୍ର ଆନ୍ଧ୍ର ପ୍ରଦେଶର ବେକାର ଗ୍ରାଜୁଏଟ୍‌ ଯୁବକମାନେ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ପାଇବେ ବୋଲି ଟିଡିପି ସରକାର ଆଜି ଘୋଷଣା କରିଛନ୍ତି। ୨୦୧୪ ନିର୍ବାଚନ ଅଭିଯାନ ସମୟରେ ଦଳ ତରଫରୁ ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସ୍ଥିର କରାଯାଇଛି ଯେ ରାଜ୍ୟରେ ଥିବା ସର୍ବାଧିକ ୩୫ ବର୍ଷ ବୟସ୍କ ପ୍ରତ୍ୟେକ ବେକାର ଗ୍ରାଜୁଏଟ୍‌ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ।

ବେକାର ଗ୍ରାଜୁଏଟ୍‌ ଯୁବକମାନଙ୍କୁ ମାସିକ ୨୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବ ବୋଲି ୨୦୧୪ ରାଜ୍ୟ ବିଧାନସଭା ନିର୍ବାଚନ ଟଡିପି ପ୍ରତିଶ୍ରୁତି ଦେଇଥିଲା।

ମନ୍ତ୍ରୀ ଏନ୍‌ ଲୋକେଶ ଏବଂ କୋଲ୍ଲ ରବୀନ୍ଦ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ‘ପଲ୍‌ସ୍‌ ସର୍ଭେ ଡାଟା ଅନୁସାରେ ରାଜ୍ୟରେ ୧୦ ଲକ୍ଷ ବେକାର ଲୋକ ଅଛନ୍ତି ବୋଲି ସରକାର ଆକାଳନ କରିଛନ୍ତି।

ଏହି ଯୋଜନା ପାଇଁ ପ୍ରତିବର୍ଷ ସରକାରୀ ତହବିଲ୍‌କୁ ୧୨୦୦ କୋଟି ଟଙ୍କା ବ୍ୟୟ ଭାର ପଡ଼ିବ। ଖୁବ୍‌ ଶୀଘ୍ର ଭତ୍ତା ପ୍ରଦାନ ଆରମ୍ଭର ତାରିଖ ଘୋଷଣା କରାଯିବ।

ଦେଶର ଅନ୍ୟ କେତେକ ରାଜ୍ୟ ଏବଂ କେତେକ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏ ଭଳି ଯୋଜନା ଚାଲିଛି। ଭାରତରେ ଅନ୍ୟ କୌଣସି ରାଜ୍ୟ ୧୦୦୦ ଟଙ୍କା ଦେଉ ନାହାନ୍ତି।

ଉତ୍ତର ପ୍ରଦେଶ ଏହି ଯୋଜନାରେ ମାସିକ ୧୦୦୦ ଟଙ୍କା ଦେଉଥିଲେ ବି ତାହା ୬ ମାସ ପରେ ବନ୍ଦ ହୋଇ ଯାଇଥିଲା।

ବହୁ ସଂଖ୍ୟକ କର୍ମସଂସ୍ଥାନ ସୃଷ୍ଟି କରି ଏହି ଭତ୍ତା ଯୋଜନାକୁ ଧୀରେ ଧୀରେ ଅପ୍ରାସଙ୍ଗିକ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଉଦ୍ଦେଶ୍ୟ ଥିଲା ବୋଲି ମନ୍ତ୍ରୀ ଦ୍ୱୟ କହିଛନ୍ତି।

ଶିଳ୍ପ ଏବଂ କେତେକ ମୁଖ୍ୟ ଶିଳ୍ପ ସଙ୍ଗଠନକୁ ସରକାର ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି। ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ତାହା କାର୍ଯ୍ୟକ୍ଷମ ହେଲେ ଅନେକ କର୍ମସଂସ୍ଥାନ ସୃଷ୍ଟି ହେବ।

ତେବେ ଯାଇ ରାଜ୍ୟରେ ଆଉ ବେକାରୀ ସମସ୍ୟା ରହିବ ନାହିଁ ଏବଂ ବେକାରୀ ଭତ୍ତା ଆପଣାଛାଏଁ ଅପ୍ରାସଙ୍ଗିକ ହୋଇଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.