ବିହାର ବନ୍ୟା: ରିଲିଫ୍‌ ନ ମିଳିବାରୁ ସର୍କଲ ଅଫିସର୍‌ଙ୍କୁ ମାଡ଼ ମାରିଲେ ପ୍ରପୀଡ଼ିତ

ପାଟ୍‌ନା: ବନ୍ୟା ପ୍ରପୀଡ଼ିତମାନଙ୍କୁ ରିଲିଫ୍‌ ନ ବାଣ୍ଟିବା କାରଣରୁ ବିହାରର ମୋତିହରି ଜିଲ୍ଲାସ୍ଥିତ ଚିରାୟ ବ୍ଲକର ବାସିନ୍ଦାମାନେ ସ୍ଥାନୀୟ ସର୍କଲ ଅଫିସର୍‌ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପ୍ରପୀଡ଼ିତମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁଦାମ ମିଳିନଥିବା କାରଣରୁ ପ୍ରଭାବିତମାନେ ରାଗରେ ଆସି ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

theindiasaga.com

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍ଥାନୀୟ ଲୋକ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି ଯେ ଗତ ୪-୫ ଦିନ ହେବ ସେମାନଙ୍କ ପିଲା ଛୁଆ କିଛି ଖାଇନାହାନ୍ତି। ଏ ଦିଗକୁ ସରକାରଙ୍କର କୌଣସି ଦୃଷ୍ଟି ନାହିଁ। ସେମାନେ ଆହୁରି ବି କହିଛନ୍ତି ଯେ କୌଣସି ସ୍ୱାସ୍ଥ୍ୟ ଅଧିକାରୀ ସଂପୃକ୍ତ ଅଞ୍ଚଳକୁ ଯାଇନାହାନ୍ତି ଓ ସେମାନଙ୍କ ଅଞ୍ଚଳରେ କମ୍ୟୁନିଟି କିଚେନ୍‌ ବ୍ୟବସ୍ଥା ବି କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ବିହାରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଉପୁଜି ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମୟ ହୋଇଛି। ଏହି ବନ୍ୟାରେ ପ୍ରାୟ ୭୮ ଲୋକଙ୍କ ଜୀବନ ଗଲାଣି। ପ୍ରାୟ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର