ଉତ୍ତରପ୍ରଦେଶ: ମଇଁଷି ଚୋରୀ ଅଭିଯୋଗରେ ଶାହାରୁଖ ଖାଁଙ୍କୁ ପିଟି ପିଟି ମାରିଦେଲେ ! ଘଟଣା କ’ଣ ଜାଣନ୍ତୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ଏକ ଅମୂଲ୍ୟ ଜୀବନ ଉଗ୍ର ଭିଡ଼ର ଶିକାର ହୋଇଛି । ଘଟଣାଟି ଘଟିଛି ଭୋଲାପୁର ହିନ୍ଦୋଲିଆ ଗ୍ରାମରେ । ଏକ ମଇଁଷି ଚୋରୀ ଅଭିଯୋଗରେ ୨୦ ବର୍ଷୀୟ ଯୁବକ ଶାହରୁଖ ଖାଁକୁ ପ୍ରାୟ ୫୦ ଜଣ ଗ୍ରାମବାସୀ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଶାହରୁଖ ଖାଁ ଓ ତାହାର ୩ ଜଣ ସାଙ୍ଗ ଏହି ଗାଁରୁ ମଇଁଷି ଚୋରୀ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ । ତେବେ ତାହାର ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରୁ ଖସିଯାଇଥିବାବେଳେ ଶାହରୁଖ ଧରାପଡିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ବିଚାରକୁ ନେଇ ପୁଲିସ ପ୍ରାୟ ୩୦ ଜଣ ଅଜଣା ଗ୍ରାମବାସୀଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ସୁପ୍ରିମକୋର୍ଟଙ୍କ ତାଗିଦ ଓ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା ସତ୍ତ୍ୱେ ଦେଶରେ ଲିଞ୍ଚିଂ ବା ଭିଡଦ୍ୱାରା ହତ୍ୟା ମାମଲା ବଢିଚାଲିଛି । କେତେବେଳେ ଗୋ ଚାଲାଣ ଅଭିଯୋଗରେ ତ କେତେବେଳେ ହ୍ଵାଟ୍ସଆପ ଗୁଜବକୁ ନେଇ ଏସବୁ ହିଂସା ହେଉଛି ।

ସମ୍ବନ୍ଧିତ ଖବର