ଝିଅମାନଙ୍କୁ କେଶରେ ଫୁଲ, ପାଦରେ ପାଉଁଜି ମନା! ଆନମନା ହେଉଛନ୍ତି ପୁଅ

ଚେନ୍ନାଇ: ତାମୁଲନାଡୁ ସରକାରଙ୍କର ସ୍କୁଲ୍‌ ଶିକ୍ଷା ବିଭାଗ ଆଜିକାଲି ନିଜ ନିଷ୍ପତ୍ତିକୁ ନେଇ ବେଶ୍‌ ଚର୍ଚ୍ଚରାରେ। ଶିକ୍ଷା ବିଭାଗ ପକ୍ଷରୁ ଝିଅମାନଙ୍କୁ କେଶରେ ଫୁଲ ଓ ପାଦରେ ପାଉଁଜି ପିନ୍ଧିବା ମନା ହୋଇଛି। ବିଭାଗର ମନ୍ତ୍ରୀ ଝିଅମାନଙ୍କ ପାଉଁଜିର ଶବ୍ଦ ଓ ଫୁଲର ବାସ୍ନାରେ ପୁଅମାନଙ୍କ ଧ୍ୟାନ ଏପଟ ସେପଟ କରୁଛି ବୋଲି ବୟାନ ଦେଇ ନିକଟରେ ବିବାଦକୁ ଆସିଛନ୍ତି। ଏଣିକି ସ୍କୁଲ୍‌ ପଢ଼ୁଆ ଝିଅମାନେ ଆଉ କେଶରେ ଫୁଲ ଓ ପାଦରେ ପାଉଁଜି ପିନ୍ଧି ପାରିବେ ନାହିଁ ବୋଲି କେତେକ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରକାଶ ପାଇଛି। ତାମିଲନାଡୁର ସ୍କୁଲ ଶିକ୍ଷା ମନ୍ତ୍ରୀ କେଏ ସେନଗୋଟାଇଆନ୍‌ ନିକଟରେ ନିଜ ନିର୍ବାଚନ ମଣ୍ଡଳୀର ଏକ ସ୍କୁଲ୍‌କୁ ସାଇକେଲ୍‌ ବାଣ୍ଟିବା ନେଇ ଯାଇଥିଲେ। ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ସମୟରେ ଏପରି କହିଛନ୍ତି।

ଏହି କଥାକୁ ନେଇ ବିବାଦ ଉପୁଜିବା ପରେ ସେ ସଫାଇ ଦେଇ କହିଛନ୍ତି କି ‘ କେହି କେହି ହାତରେ ସୁନା ମୁଦି ପିନ୍ଧୁଛନ୍ତି ଓ ହଜିଗଲା ପରେ ଅଭିଯୋଗ ଆଣୁଛନ୍ତି। ଏମିତି ହେଲେ ଯାହାର ଚୋରି ହେଉଛି ସେ ଚୋରକୁ ନେଇ ନକରାତ୍ମକ ହୋଇ ଉଠିବ। ଖାଲି ସେତିକି ନୁହେଁ, ପାଉଁଜି ପିନ୍ଧିଲେ ହଜିବା ସହିତ ପାଠ ପଢୁଥିବା ପିଲାବି ଅନ୍ୟ ମନସ୍କ ହୋଇପାରନ୍ତି ଶବ୍ଦ ଶୁଣିବା ପରେ। ତେବେ, ଝିଅମାନେ କେଶରେ ଫୁଲ ଲଗାଇ ପାରିବେ। ଏ ନେଇ କୌଣସି ଅସୁବିଧା ନାହିଁ।’ ଆପଣଙ୍କ ସୁଚନା ସକାଶେ ଜଣାଇ ଦେଉଛୁ ଯେ, ଝିଅମାନଙ୍କର ଫୁଲ ଓ ପାଉଁଜି ପିନ୍ଧିବା ନେଇ ସ୍କୁଲ୍‌ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ନୀତି ଜାରି ହୋଇନାହିଁ।

ସମ୍ବନ୍ଧିତ ଖବର