ଲୋକପାଳ ନିଯୁକ୍ତି ଦାବିରେ ଜାନୁୟାରୀ ୩୦ରୁ ପୁଣି ଆମରଣ ଅନଶନ କରିବେ ଆନ୍ନା

ମୁମ୍ବାଇ : ଲୋକପାଳ ନିଯୁକ୍ତି ହୋଇ ନ ପାରିବାରୁ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ପୁଣି ଥରେ ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ,୨୦୧୩ ଅନୁଯାୟୀ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ନିଯୁକ୍ତି କରିବାରେ କେନ୍ଦ୍ର ବିଫଳ ହୋଇଥିବାରୁ ସେ ଏହି ଅନଶନ କରବାର ଧମକ ଦେଇଛନ୍ତି । ଏକ ସକ୍ଷମ ଲୋକପାଳ ନିଯୁକ୍ତି ପାଇଁ ଜାନୁଆରୀ ୩୦ରୁ ଆରମ୍ଭ ହେବାକୁ ଥିବା ଆମରଣ ଅନଶନଟି ମହାରାଷ୍ଟ୍ରରେ ଥିବା ତାଙ୍କ ଗାଁ ରାଲେଗାଁଓ-ସିଦ୍ଧିରୁ ଆରମ୍ଭ କରାଯିବ ବୋଲି ଆନ୍ନା କହିଛନ୍ତି ।

ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ରେ ତିଆରି କରାଯାଇଥିଲା । ପରେ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିଥିଲା । ମୋଦି ସରକାର ଆସିବା ପରେ ଏବେ କିଛି ହେବ ବୋଲି ଆମେ ଆଶା କରିଥିଲୁ । କିନ୍ତ ସେ ଗତ ୫ବର୍ଷ ମଧ୍ୟରେ ସେଭଳି କିଛି କରି ପାରି ନାହାଁନ୍ତି । ସେଥିପାଇଁ ମୁଁ ଜାନୁଆରୀ ୩୦ରୁ ମୋ ଗାଁ ରାଲେଗାଁଓ-ସିଦ୍ଧିରୁ ଆମରଣ ଅନଶନ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ଜଣାଇଛନ୍ତି ଆନ୍ନା ।

ଏହା ପୂର୍ବରୁ ଆନ୍ନା ମୋଦିଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି, ମୋଦି ସରକାର ଏକ ସକ୍ଷମ ଲୋକପାଳ ନିଯୁକ୍ତି କରିବାରେ ବିଫଳ ହୋଇଥିବା କଥା ମନେ ପକାଇଥିଲେ । ନିଜ ଚିଠିରେ ମୋଦି ସରକାର ଲୋକପାଳ ନିଯୁକ୍ତି ନ କରିବା ପାଇଁ ବିଭିନ୍ନ ବାହାନା କରୁଥିବା କଥା ସେ ଲେଖିଥିଲେ ।

ସମ୍ବନ୍ଧିତ ଖବର