ଅହମଦାନଗର : ଲୋକପାଳ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ଆଜି ଚତୁ୍ର୍ଥ ଦିନରେ ପହଞ୍ଚିଥିବାବେଳେ କେନ୍ଦ୍ର ସରକାର ଏଥିପ୍ରତି ଆଦୌ ଗୁରୁତ୍ବ ଦେଉନାହାନ୍ତି। ଗୋଟିଏ ପଟେ ଆନ୍ନା ଲୋକପାଳ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଭାଙ୍ଗିବେ ନାହିଁ ବୋଲି ଅଡ଼ି ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ମୁହଁ ଖୋଲୁନଥିବାରୁ ଏହା ଆନ୍ନାଙ୍କ ସମର୍ଥକମାନଙ୍କୁ କ୍ରୋଧାନ୍ବିତ କରିଛି। ସରକାର ଆନ୍ନାଙ୍କ ପ୍ରଭାବକୁ ଗୌଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ଆଜି ଆନ୍ନାଙ୍କ ସମର୍ଥକମାନେ ରାଲେଗାଓଁ ସିଦ୍ଧିରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ଆନ୍ନାଙ୍କ ବୟସ ଏବେ ୮୦ ଟପି ଯାଇଥିବାରୁ ୪ ଦିନ ଧରି ଅଖିଆ ଅପିଆ ରହିବା ଫଳରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଛି।
ଚତୁର୍ଥ ଦିନରେ ଆନ୍ନାଙ୍କ ଅନଶନ: ଗୁରୁତ୍ବ ଦେଉନାହାନ୍ତି ସରକାର, ଆନ୍ନା ସମର୍ଥକଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2019/02/anna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)