ଜାନୁଆରି ୩୦ରୁ ଆନ୍ନାଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସାମାଜିକ କର୍ମୀ ଆନ୍ନା ହଜାରେ ଆସନ୍ତା ୩୦ ତାରିଖରୁ ଆମରଣ ଅନଶନରେ ବସିବେ। ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ବିରୋଧ କରି ଆନ୍ନା ମହାରାଷ୍ଟ୍ର ସ୍ଥିତ ତାଙ୍କ ଗ୍ରାମରେ ହିଁ ଅନଶନରେ ବସିବେ ବୋଲି ଜଣାପଡ଼ିଛି। ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଥିବା ଆନ୍ନା କହିଛନ୍ତି ଯେ ମୋଦୀ ସରକାର ଲୋକପାଳ ଏବଂ ଲୋକାୟୁକ୍ତ ଆଇନ ୨୦୧୩ କାର୍ଯ୍ୟକାରୀ କରିବା ନେଇ ସମ୍ବିଧାନ ପୀଠର ନିଷ୍ପତ୍ତି ଶୁଣୁନାହାନ୍ତି ଏବଂ ଦେଶକୁ ଏକଛତ୍ରବାଦ ଆଡ଼କୁ ନେଇ ଯାଉଛନ୍ତି। ଆନ୍ନା କହିଛନ୍ତିଯେ ଯେ‌ ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୩୨ଟି ଚିଠି ଲେଖିଛନ୍ତି, କିନ୍ତୁ କୌଣସି ଗୋଟିଏ ଚିଠିର ଉତ୍ତର ତାଙ୍କୁ ମିଳିନି।

ସମ୍ବନ୍ଧିତ ଖବର