ମୋଦିଙ୍କ ଗସ୍ତ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ‘ମୋଦି ଫେରିଯାଅ’ ପୋଷ୍ଟର୍‌: ‘ଗାନ୍ଧୀବାଦୀ’ ପ୍ରତିବାଦ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଗୁଣ୍ଟୁର୍‌: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ସମଗ୍ର ଆନ୍ଧ୍ରପ୍ରଦେଶରେ ମୋଦି ବିରୋଧୀ ପୋଷ୍ଟର୍‌ ଲଗାଯାଇଛି। କେତେକ ପୋଷ୍ଟର୍‌ ‘ଆଉ ମୋଦି ନୁହନ୍ତି’, ‘ ମୋଦି ଭୁଲ୍‌’, ‘ପୁଣି କେବେ ମୋଦି ନୁହନ୍ତି’ ଓ ‘ମୋଦି ଫେରିଯାଅ’ ଆଦି ସ୍ଲୋଗାନ୍‌। ଏ ପୋଷ୍ଟର୍‌ କିଏ ଲଗାଇଛି ତାହା ଜଣାପଡ଼ି ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଳା ଦିବସ ବୋଲି ଅଭିହିତ କରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ରାଜ୍ୟରେ ଗାନ୍ଧୀବାଦୀ ପ୍ରତିବାଦ କରିବାକୁ ଆହ୍ଵାନ ଦେଇଛନ୍ତି। ଟେଲିଫୋନିକ୍‌ କନ୍‌ଫରେନ୍‌ସ୍‌ରେ ନାଇଡୁ ଦଳୀୟ ନେତାମାନଙ୍କୁ କହିଛନ୍ତି: ଆସନ୍ତାକାଲି କଳା ଦିବସ। ସେ ଆନ୍ଧ୍ରପ୍ରଦେଶ ପ୍ରତି କରିଥିବା ଅନ୍ୟାୟ ଦେଖିବାକୁ ଆସୁଛନ୍ତି। ମୋଦି ରାଜ୍ୟଗୁଡ଼ିକୁ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରି ପକାଉଛନ୍ତି। ରାଫେଲ୍‌ରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ଦେଶକୁ ଅସମ୍ମାନ। ହଳଦିଆ ଓ କଳାଜାମା ଓ ବେଲୁନ୍‌ ସହ ଆମେ ଶାନ୍ତିପୂର୍ଣ୍ଣ ଗାନ୍ଧୀବାଦୀ ପ୍ରତିବାଦ କରିବା।

ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ଆନ୍ଧ୍ର ପ୍ରଦେଶ ସରକାର ଦୀର୍ଘ ଦିନ ହେବ ରାଜ୍ୟ ଲାଗି ସ୍ୱତନ୍ତ୍ର ପାହ୍ୟା ଦାବି କରିଆସୁଛନ୍ତି।

ସମ୍ବନ୍ଧିତ ଖବର