ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ର ସଫଳ ପରୀକ୍ଷଣ: ସେନା ବାହିନୀରେ ସାମିଲ କରାଯିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲ୍‌ (ଏଟିଜିଏମ୍‌) ‘ନାଗ’ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମରୁଭୂମି ଭଳି ପରିବେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏବଂ ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସଫଳ ହେବା ଯୋଗୁଁ ଏହାକୁ ସେନାବାହିନୀରେ ସାମିଲ କରାଯିବାର ପଥ ପରିଷ୍କାର ହୋଇଛି ବୋଲି ଜଣେ ଅଧିକାରୀ ବୁଧବାର କହିଛନ୍ତି।

‘ଥାର୍ଡ ଜେନେରେସନ୍‌’ର ଫାୟାର୍‌-ଆଣ୍ଡ୍‌-ଫର୍‌ଗେଟ୍‌ ‘ଏଟିଜିଏମ୍‌’କୁ ବିକଶିତ କରିଛନ୍ତି ଡିଫେନସ୍‌ ରିସର୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌ (ଡିଆର୍‌ଡିଓ)।

ମଙ୍ଗଳବାର ଦିନ ହୋଇଥିବା ଫ୍ଲାଇଟ୍‌ ଟେଷ୍ଟ୍‍ରୁ ଏହାର ସାମର୍ଥ୍ୟ ପୁଣି ଥରେ ପ୍ରତିପାଦିତ ହୋଇଛି। ଏହି ପରୀକ୍ଷା ସହ ତା’ର ବିକାଶମୂଳକ ପରୀକ୍ଷା ପୂର୍ଣ୍ଣ ହୋଇଛି। ଏବେ ଏହା ସେନାବାହିନୀରେ ସାମିଲ ହେବା ପାଇଁ ପ୍ରସ୍ତୁତ।

‘ମିସାଇଲ୍‌ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ର’ ଡାଇରେକ୍ଟର ଜେନେରାଲ୍‌ ଡକ୍ଟର୍‌ ସତୀଶ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି।

‘ଡିଆର୍‌ଡିଓ’ର ଅଧ୍ୟକ୍ଷ ଏସ୍‌ କ୍ରିଷ୍ଟୋଫର୍‌ ନାଗ୍‌ ଟିମ୍‌ଙ୍କୁ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର