ମୋଦୀ ସରକାରଙ୍କ ଚାପ ଆଗରେ ମୁଣ୍ଡ ନୂଆଇଁଲେ ଆଣ୍ଟିଗୁଆ ସରକାର, ଭାରତ ଫେରିବେ ମେହୁଲ ଚୋକସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ଅଭିଯୁକ୍ତ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ନେଇ ଭାରତ ଚାପ ପ୍ରୟୋଗ କରିଥିଲା |ଆଣ୍ଟିଗୁଆ ସରକାର ଭାରତ ସରକାରଙ୍କ ଚାପ ଫଳରେ ମେହୁଲଙ୍କ ନାଗରିକତା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ ବ୍ୟବସାୟୀ ମେହୁଲ ଚୋକସିଙ୍କ ନାଗରିକତାକୁ ରଦ୍ଦ କରିଦିଆଯିବ ଓ ତାଙ୍କୁ ଭାରତକୁ ଫେରାଇଦିଆଯିବ | କୌଣସି ଅଭିଯୁକ୍ତଙ୍କୁ ଶରଣ ଦିଆଯିବ ନାହିଁ ବୋଲି ସେ ରୋକଠୋକ ଶୁଣାଇଦେଇଛନ୍ତି | ଏହାସହ ଚୋକସିଙ୍କ ପାଖରେ ସେଠାରେ ରହିବାକୁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ମଧ୍ୟ କହିଛନ୍ତି | ଯାହାଫଳରେ ମେହୁଲ ଭାରତ ଆସିବା ନେଇ ରାସ୍ତା ସଫା ହୋଇଯାଇଛି |

ସୂଚନା ଥାଉ କି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପାଖାପାଖି ୧୪ ହଜାର କୋଟି ଟଙ୍କା ହଡପ ଘଟଣାରେ ବିଦେଶ ପଳାଇଛନ୍ତି ହୀରା ବ୍ୟବସାୟୀ ମେହୁଲ ଚୋକସି | ଏବେ ସେ ଆଣ୍ଟିଗୁଆରେ ରହୁଥିବାବେଳେ ତାଙ୍କୁ ଫେରାଇଆଣିବା ପାଇଁ ଭାରତ ଚାପ ପ୍ରୟୋଗ କରିଥିଲା | ସୋମବାର ଦିନ ବମ୍ବେ ହାଇକୋର୍ଟ ମେହୁଲଙ୍କ ସ୍ୱାସ୍ଥ୍ୟ ବାବଦରେ ରିପୋର୍ଟ ଦେବାକୁ ବିଶେଷଜ୍ଞଙ୍କ ଏକ ଟିମ ଗଠନ କରିଥିଲେ | ଏହି ଟିମ ଚୋକସି ବିମାନରେ ଆସିପାରିବେ ନା ନାହିଁ ତାହାର ରିପୋର୍ଟ ଦେବ |

Moneycontrol

ନିର୍ବାଚନ ସମୟରେ ମେହୁଲ ଚୋକସିଙ୍କୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଘେରିଥିଲା | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରିଥିଲେ | ତେବେ ମେହୁଲଙ୍କୁ ବାରମ୍ବାର ସରକାର ଓ ଅଦାଲତ ପକ୍ଷରୁ ସମନ ପଠାଯାଇଥିଲା | କିନ୍ତୁ ସବୁ ଥର ସେ ଆସିବାକୁ ମନା କରିଦେଉଥିଲେ |

ସମ୍ବନ୍ଧିତ ଖବର