ପ୍ରଚାର ତାଲିକାରୁ ବାଦ ପଡ଼ିଥିଲେ ବି ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦଙ୍କ ଉପରେ ନିର୍ବାଚନ କମିଶନଙ୍କ ଲଗାମ ଲାଗିଛି । ବିଜେପିର ତାରକା ପ୍ରଚାର ତାଲିକାକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ନାଁ ହଟାଇବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସତ୍ୱେ ମଧ୍ୟ ବିଜେପି ପାଇଁ ଦିଲ୍ଲୀରେ ପ୍ରଚାର ଜାରି ରଖିବେ ଏହି ଦୁଇ ନେତା । ବିଜେପି ନେତା ଅଶୋକ ଗୋୟଲଙ୍କ କହିବା ଅନୁଯାୟୀ, ଅନୁରାଗ ଓ ପ୍ରବେଶଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି, ଏହାର ଅର୍ଥ ନୁହେଁ ଯେ ସେମାନେ ପ୍ରଚାର କରିପାରିବେ ନାହିଁ ।

ଏଠାରେ ସୂଚନା ଥାଉ କି ଉତ୍ତେଜକ ବୟାନ ଦେଇଥିବା ନେଇ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କ ନାଁରେ ଅଭିଯୋଗ ହୋଇଥିଲା । ସାହିନବାଗରେ ସିଏଏ ବିରୋଧରେ ଦେଢ ମାସ ହେଲା ଜାରି ରହିଥିବା ପ୍ରତିବାଦକୁ ନେଇ ବିଜେପି ନେତା ବିବାଦୀୟ ବୟାନ ଦେଇଥିଲେ । ୨୭ତାରିଖ ଦିନ ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ ଦେଶଦ୍ରୋହୀଙ୍କୁ ଗୁଳି କରିବା ପାଇଁ ଅନୁରାଗ କହିଥିଲେ ।

ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନ ଏବଂ ଗୁରୁବାର ୧୨ଟା ସୁଦ୍ଧା ଉଭୟ ବିଜେପି ନେତାଙ୍କୁ ଜବାବ ରଖିବା ପାଇଁ ନୋଟିସରେ କୁହାଯାଇଛି । ସେପଟେ ଉଭୟଙ୍କ ନାଁ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ମଧ୍ୟ ସେମାନେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବେ ବୋଲି ବିଜେପି କହିଛି ।

ସମ୍ବନ୍ଧିତ ଖବର