ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନର ଯେକୌଣସି ପ୍ରସ୍ତାବକୁ ଗୁରୁତ୍ୱ ଦେବ ଭାରତ : ସୀତାରମଣ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନର ଯେକୌଣସି ପ୍ରସ୍ତାବକୁ ଭାରତ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିଲ୍ଲୀଠାରେ କହିଛନ୍ତି। ସୀତାରମଣ ଆହୁରି ବି କହିଛନ୍ତି ଯେ ‘ସଶସ୍ତ୍ର ବଳକୁ ପୂରା ସମ୍ମାନ ପ୍ରଦାନ କରାଯିବ। ସରକାରଙ୍କ ନିଷ୍ପତ୍ତି ହେଉଛି ରମଜାନ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରେ କୌଣସି ପ୍ରକାର ଅପରେସନ କରାଯିବ ନାହିଁ।’

ଗତ ମାସ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍‌ କ୍ୱାମର ଜାଭେଦ ବଜଓ୍ଵା କହିଥିଲେ, ‘କଶ୍ମୀର ସମେତ ଅନ୍ୟ ସସସ୍ତ ବିବାଦର ଏକ ଶାନ୍ତିପୂର୍ଣ୍ଣ ସଂକଳ୍ପ ଦୁଇ ଦେଶ ପରସ୍ପର ସହ କଥା ହେବା ଦ୍ୱାରା ନିଆଯାଇ ପାରିବ।’ ତାଙ୍କର ଏହି ମତ ସେ ସମୟରେ ଏକ ଚର୍ଚ୍ଚା ହୋଇଥିଲା।

ନିକଟରେ ଉପୁଜିଥିବା ବିବାଦ ଓ କେନ୍ଦ୍ର ସରକାରଙ୍କର ରମଜାନ ମାସରେ ଅପରେସନ୍‌ ବନ୍ଦ ଘୋଷଣା ବାବଦରେ ସୀତାରମଣ କହନ୍ତି ଯେ ‘ସରକାରଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ସଶସ୍ତ୍ର ବଳ ମାନି ଚଳିବେ।’

ଏ ବାବଦରେ ଗତ ସପ୍ତାହରେ ଗୃହମନ୍ତ୍ରୀ ମତ ରଖିଥିଲେ ଯେ ‘ସରକାରଙ୍କ ଘୋଷଣାକୁ ସମ୍ମାନ ଦେଇ ସେନା ପକ୍ଷରୁ ସୀମାରେ ରମଜାନ ମାସରେ କୌଣସି ଅପରେସନ ହେବ ନାହିଁ। ମାତ୍ର ଆତ୍ମସୁରକ୍ଷା ପାଇଁ ଯବାନମାନେ ନିଜର ଅଧିକାରକୁ ବିନିଯୋଗ କରିପାରିବେ।’

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ବିରୋଧୀ ବରିଷ୍ଠ କଂଗ୍ରେସ ନେତା ଓମାର୍‌ ଅବ୍‌ଦୁଲା ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି।

ଏନ୍‌ଡିଏର ପ୍ରଥମ ସରକାର ଅଟଳ ବିହାରୀ ବାଜପେୟୀ ୨୦୦ ମସିହାରେ ଏପରି ଘୋଷଣା କରିଥିଲେ। ସେ ସମୟରେ ଦୀର୍ଘ ୩ ମାସ ପର୍ଯ୍ୟନ୍ତ ସୀମାରେ କୌଣସି ଅପରେସନ ହୋଇନଥିଲା।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଆକ୍ରମଣ କରିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଛି। ଭାରତୀୟ ସେନା ଏହାର ପାଲଟା ଜବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପାକିସ୍ତାନ ପକ୍ଷରୁ ଗୁହାରି ହୋଇଛି।

ସମ୍ବନ୍ଧିତ ଖବର