ଏନଆଇଏ ବିଚାରପତି ରବୀନ୍ଦ୍ର ରେଡ୍ଡୀଙ୍କ ଇସ୍ତଫା ଅଗ୍ରାହ୍ୟ କଲେ ହାଇକୋର୍ଟ

ହାଇଦ୍ରାବାଦ : ଗତ ସୋମବାରଦିନ ହାଇଦ୍ରାବାଦର ମକ୍କା ମସଜିଦ ବିସ୍ଫୋରଣ ମାମଲାର ରାୟ ଶୁଣାଇଥିବା ଏନଆଇଏ କୋର୍ଟ ଜଜ୍‌ କେ. ରବୀନ୍ଦ୍ର ରେଡ୍ଡୀଙ୍କ ଇସ୍ତଫାକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ହାଇକୋର୍ଟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ରମେଶ ରଙ୍ଗନାଥ ଏହି ଇସ୍ତଫାକୁ ଆଗ୍ରାହ୍ୟ କରିଦେବା ସହ ଜଜ୍‌ ରବୀନ୍ଦ୍ର ରେଡ୍ଡୀଙ୍କ ଛୁଟିକୁ ବାତିଲ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବଶେଷ ଖବର ଅନୁସାରେ ବିଚାରପତି ରେଡ୍ଡୀ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସୋମବାରଦିନ ସେ ମକ୍କାମସଜିଦ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ଏମାନଙ୍କ ମଧ୍ୟରେ ସ୍ୱାମୀ ଅସୀମାନନ୍ଦ ଅନ୍ତର୍ଭୁକ୍ତ । ୨୦୦୭ ମେ ୧୮ରେ ହାଇଦ୍ରାବାଦର ପୁରୁଣା ମକ୍କାମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୯ ଜଣ ବ୍ୟକ୍ତି ପ୍ରାଣହରାଇବା ସହ ୫୮ ଜଣ ଆହତ ହୋଇଥିଲେ । ଏହି ରାୟ ଶୁଣାଇବାର କିଛି ସମୟ ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଅଲ ଇଣ୍ଡିଆ ମଜଲିସେ ମୁସଲିମିନ ପାର୍ଟି ( ଏଆଇଏମଆଇଏମ) ପକ୍ଷରୁ ସଂଦେହ ପ୍ରକଟ କରାଯାଇଥିଲା ।

ସମ୍ବନ୍ଧିତ ଖବର