ହାଇଦ୍ରାବାଦ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଅନୁମୋଦନ ଲାଭ ପରେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଶୁକ୍ରବାରଠାରୁ କୋଭିଡ଼-୧୯ ପରୀକ୍ଷା ସେବା ଆରମ୍ଭ କରିବ ବୋଲି ଚେୟାରମ୍ୟାନ୍ ପ୍ରତାପ ସି ରେଡ୍ଡୀ କହିଛନ୍ତି। କୋଭିଡ଼-୧୯ ବା କରୋନା ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଆପୋଲୋ ହସ୍ପିଟାଲ ଗୁରୁବାର ଦିନ 'କବଚ' ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରିଛି | ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ଚେନ୍ ଚେନ୍ନାଇ ଏବଂ ହାଇଦ୍ରାବାଦ ସମେତ ପାଞ୍ଚଟି ସହରରେ ପରୀକ୍ଷା କେନ୍ଦ୍ର ଖୋଲିବ ଏବଂ ପର୍ଯ୍ୟାୟକ୍ରମେ ୧୭ ଟି ସହରକୁ ସମ୍ପ୍ରସାରିତ କରିବ | ଏହି ପରୀକ୍ଷା ପ୍ରେସକ୍ରିପସନ୍ ଏବଂ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଡା ପ୍ରୋଟୋକଲ୍ ଆଧାରରେ କରାଯିବ ବୋଲି ରେଡ୍ଡୀ କହିଛନ୍ତି। ପ୍ରତି ପରୀକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ୪୫୦୦ ଟଙ୍କା ହିଁ ଦେବାକୁ ପଡିବ ବୋଲି ସି ରେଡ୍ଡୀ କହିଛନ୍ତି | ଡାକ୍ତରଖାନା ପକ୍ଷରୁ ଜରୁରୀ ନଥିବା ଅସ୍ତ୍ରୋପଚାରକୁ ସ୍ଥଗିତ ରଖାଯାଇଛି ଯାହା ଦ୍ୱାରା ଏହାର କର୍ମଚାରୀଙ୍କୁ କରୋନାଭାଇରସ୍ ସମ୍ବନ୍ଧୀୟ ମେଡିକାଲ୍ ପ୍ରୋଟୋକଲ୍ ବାବଦରେ ତାଲିମ ଦିଆଯାଉଛି |
କରୋନା ପାଇଁ 'କବଚ' ଆଣିଲା ଆପୋଲୋ ହସ୍ପିଟାଲ
/sambad/media/post_attachments/wp-content/uploads/2020/03/Apollo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)