କ୍ୟାବ୍‌ ବୁକ୍‌ ହୋଇ ସାରିବା ପରେ ସେବା ପ୍ରଦାନ କରିବାକୁ ମନା କଲେ ୧,୦୦୦ଟଙ୍କା ଜରିମାନା ଦେବ କମ୍ପାନୀ

ଭୋପାଳ : ମଧ୍ୟପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ମୋବାଇଲ ଫୋନ ଆପ୍‌ ଆଧାରିତ କ୍ୟାବ୍‌ ସେବା ସଞ୍ଚାଳନ କରୁଥିବା କମ୍ପାନୀ ପାଇଁ ଖୁବ୍‌ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ନିୟମ ଲାଗୁ ହେବା ପରେ, ଯଦି କୌଣସି ଚାଳକ ବୁକିଂ ଗ୍ରହଣ କରିବା ପରେ ସେବା ପ୍ରଦାନ କରିବାକୁ ମନା କରୁଛି, ତେବେ କ୍ୟାବ୍‌ କମ୍ପାନୀକୁ ଏ ନେଇ ୧,୦୦୦ଟଙ୍କା ଜରିମାନା ଆକାରରେ ଦେବାକୁ ହେବ ।

मध्यप्रदेश में बुकिंग रद्द करने वाली कैब कंपनी को भरना होगा 1,000 रुपये जुर्माना
ndtv.com

ପିଟିଆଇକୁ ନିଜର ପ୍ରତିକ୍ରିୟା ଦେଇ ପରିବହନ ବିଭାଗର ଉପସଚିବ ନିୟାଜ ଖାନ୍‌ କହିଛନ୍ତି କି, ଆମେ କ୍ୟାବ୍‌ କମ୍ପାନୀମାନଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛୁ । ଯଦି କୌଣସି ଚାଳକ ବୁକିଂ ଗ୍ରହଣ କରି ସେବା ପ୍ରଦାନ କରିବାକୁ ମନା କରୁଛି, ତେବେ କ୍ୟାବ୍‌ କମ୍ପାନୀକୁ ଏ ନେଇ ୧,୦୦୦ଟଙ୍କା ଜରିମାନା ଆକାରରେ ଦେବାକୁ ହେବ । ଏ ନେଇ ଚଳିତମାସରେ ବିଜ୍ଞପ୍ତି ଜାରି କରାଯିବ ।

ସମ୍ବନ୍ଧିତ ଖବର