ଦିଲ୍ଲୀ, ପଂଜାବ ଏବଂ ହରିୟାନାରେ ଆପ୍‌ ଏକାକୀ ଲଢ଼ିବ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଦିଲ୍ଲୀ, ପଂଜାବ ଏବଂ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବାକୁ ଆଜି ଘୋଷଣା କରିଛି। କଂଗ୍ରେସର ଅହଙ୍କାର ଜାତୀୟ ସ୍ବାର୍ଥଠାରୁ ମଧ୍ୟ ବଡ଼ ହୋଇଯାଇଥିବାରୁ ଏହି ଦଳ ସହ ମେଣ୍ଟ କରିବା ଅସମ୍ଭବ ବୋଲି ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। କିଛିଦିନ ତଳେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ ଯେ ଆପ୍‌ ସହ କଂଗ୍ରେସ ମେଣ୍ଟ କରିବାର କିଛି କାରଣ ନାହିଁ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା ପରେ ଅମରିନ୍ଦର ଏଭଳି ବୟାନ ଦେଇଥିବାରୁ ଏବେ ଆପ୍‌ ଏକାକୀ ନିର୍ବାଚନ ଲଢ଼ିବାକୁ ତୟାର ହେଉଛି।

ସମ୍ବନ୍ଧିତ ଖବର