ଦୁଃଖପ୍ରକାଶ କଲେ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଭିଡ଼ ହିଂସା (ମବ୍‌ ଲିଞ୍ଚିଙ୍ଗ୍‌) ହତ୍ୟାକାରୀଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରିବା ଏବଂ ସେମାନଙ୍କୁ ମିଠା ଖୁଆଇ ବିବାଦରେ ଫସିଥିବା ବିଜେପି ନେତା ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋର ଏଭଳି କାର୍ଯ୍ୟ ପାଇଁ ଯଦି କୌଣସି ଭୁଲ ବାର୍ତ୍ତା ଲୋକଙ୍କ ନିକଟକୁ ଯାଇଛି ତେବେ ମୁଁ ଏଥିପାଇଁ ଦୁଃଖପ୍ରକାଶ କରୁଛି। କିନ୍ତୁ ମୁଁ ପୂର୍ବରୁ କହିଥିଲି ଯେ ଆଇନ ତା’ କାମ କରିବ ଏବଂ ପ୍ରକୃତ ଦୋଷୀ ଦଣ୍ଡ ପାଇବେ ଓ ନିର୍ଦୋଷ ମୁକ୍ତ ହେବେ। ଉଲ୍ଲେଖଯୋଗ୍ୟ, ଗୋରକ୍ଷା ନାମରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଜଣେ ମାଂସ ବେପାରୀଙ୍କୁ ୮ ଜଣ ପିଟି ପିଟି ମାରିଥିଲେ। ତେବେ ଏହି ମାମଲରେ ୮ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ସେମାନଙ୍କୁ ମନ୍ତ୍ରୀ ସିହ୍ନା ସମ୍ବର୍ଦ୍ଧିତ କରିଥିଲେ। ଏହାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମନ୍ତ୍ରୀ ସିହ୍ନାଙ୍କ ପିତା ୟଶଓ୍ଵନ୍ତ ସିହ୍ନା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର