ଆପୋଲୋ ହାଇକୋର୍ଟର ଦ୍ବାରସ୍ଥ

ଚେନ୍ନାଇ: ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କମିଟିର ରିପୋର୍ଟ ପ୍ରକାଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇବାପାଇଁ ଆଜି ଚେନ୍ନାଇ ଆପୋ‌ଲୋ ହସ୍ପିଟାଲ୍‌ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ କୋର୍ଟ‌ରେ ଏକ ଆବେଦନ କରାଯାଇ କୁହାଯାଇଛି ଯେ ତଦନ୍ତକାରୀ କମିଟି ଏହାର ପରିସର ବାହାରକୁ ଯାଇ ହସ୍ପିଟାଲ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି। ଜୟଲଳିତାଙ୍କୁ ଚିକିତ୍ସାରେ ଆପୋଲୋ ହସ୍ପିଟାଲ୍‌ ଅବହେଳା କରିଥିବା ପ୍ରମାଣ କରିବା ପାଇଁ ମିଥ୍ୟା ତଥ୍ୟକୁ ଗୁରୁତ୍ବ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର