ଆରେ କଲୋନି ଗଛ କଟା ମାମଲା: ସୁପ୍ରିମ କୋର୍ଟ କହିଲେ ପ୍ରକଳ୍ପ ଚାଲିବ, ଗଛ କଟାଯିବନି

ନୂଆଦିଲ୍ଲୀ: ମେଟ୍ରୋ ସେଡ୍‌ ପ୍ରକଳ୍ପ ଚାଲୁ ରହିବା ସହ ଆରେ କଲୋନିରୁ ଗଛ କଟାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଗଛ କଟା ଉପରେ କେବଳ ରହିତାଦେଶ ବଳବତ୍ତର ରହିବ। ମାତ୍ର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବ। ଜଷ୍ଟିସ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହା କହିଛନ୍ତି। ଅପରପକ୍ଷେ, ଆରେ କଲୋନିରୁ ଆଉ ଗଛ କଟାଯିବ ନାହିଁ ଏବଂ ସ୍ଥିତାବସ୍ଥା ବଜାୟ ରହିବ ବୋଲି ବିଏମ୍‌ସି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟଙ୍କୁ ଭରସା ଦେଇଛନ୍ତି। କୋର୍ଟ ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବରରେ କରିବେ।

ସମ୍ବନ୍ଧିତ ଖବର