ବିଜେପିରେ ଯୋଗ ଦେଲେ କଂଗ୍ରେସର ଜଣାଶୁଣା ନେତା ଟମ୍ ବଡାକ୍କନ୍ଏବଂ ତୃଣମୂଳ କଂଗ୍ରେସର ନେତା ଅର୍ଜୁନ ସିଂହ
ନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନ ତାରିଖ ଏବଂ ଫଳାଫଳ ଘୋଷଣା ହେବାର ତାରିଖକୁ ନେଇ ଘୋଷଣା କରିଥିଲେ । ଏହା ପରେ ସବୁ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରିବାରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ଗତ ନିର୍ବାଚନ ଭଳି କିଛି ନେତା ଦଳ ବଦଳ କରୁଥିବା ଦେଖା ଯାଇଛି । ଗୁରୁବାର କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସର ଦୁଇ ପ୍ରମୁଖ ନେତା ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିବା ଜଣା ପଡ଼ିଛି । କଂଗ୍ରେସର ଜଣେ ମୁଖ୍ୟ ନେତା ଭାବେ ଜଣା ଯାଉଥିବା ଟମ୍ ବଡାକ୍କନ୍ ଏବଂ ତୃଣମୂଳ କଂଗ୍ରେସର ବିଧାୟକ ଅର୍ଜୁନ ସିଂହ ଗୁରୁବାର ବିଜେପିରେ ଯୋଗ ଦେଇଥିବା ସ୍ପଷ୍ଟ କରିଛି ବିଜେପି ।
Sambad is now on WhatsApp
Join and get latest news updates delivered to you via WhatsApp
Delhi: Congress leader Tom Vadakkan joins Bharatiya Janata Party in presence of Union Minister Ravi Shankar Prasad. pic.twitter.com/7AtbF2QfHj
— ANI (@ANI) March 14, 2019
ସୂଚନା ମୁତାବକ, ତୃଣମୂଳ କଂଗ୍ରେସର ବିଧାୟକ ଅର୍ଜୁନ୍ ସିଂହ ବରାକ୍ପୁରରୁ ଲଢ଼ିବା ପାଇଁ ଚାହୁଁଥିବା ବେଳେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଦିନେଶ ତ୍ରିବେଦିଙ୍କୁ ଟିକେଟ୍ ଦେଇଥିଲା । ଦଳର ଏଭଳି ନିଷ୍ପତ୍ତିରେ ନିରାଶ ହୋଇ ଅର୍ଜୁନ୍ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଅର୍ଜୁନ୍ଙ୍କ ପୂର୍ବରୁ ମଙ୍ଗଳବାର ତୃଣମୂଳ କଂଗ୍ରେସର ସାଂସଦ ଅନୁପମ ହାଜ୍ରା ବିଜେପିରେ ଯୋଗ ଦେଇଥିଲେ ।
ଅନ୍ୟ ପକ୍ଷରେ, ପୁଲଓ୍ଵାମା ଆକ୍ରମଣକୁ ନେଇ କଂଗ୍ରେସ ଦଳ ଯେଉଁ ଭଳି ଭାବେ ପ୍ରତିକ୍ରିୟା ରଖିଥିଲା, ସେଥିରେ ନିରାଶ ହୋଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ନିକଟତମ ଭାବେ ଜଣାଶୁଣା ଟମ୍ ବଡାକ୍କନ୍ ଦଳ ଛାଡ଼ିଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆକ୍ରମଣ ପରେ ଭାରତୀୟ ବାୟୁସେନା ଜବାବ ଦେବାକୁ ଯାଇ ଏୟାର ଷ୍ଟ୍ରାଇକ୍ କରିବା ପରେ ମଧ୍ୟ କଂଗ୍ରେସ ଦଳ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା । ଯାହାକୁ ଦେଖି ମୋ ହୃଦୟ ଭାଙ୍ଗି ଯିବା ସହ ମୁଁ ଦଳ ବଦଳାଇବା ପାଇଁ ଚିନ୍ତା କରିଥିଲି ବୋଲି କହିଛନ୍ତି ବଡାକ୍କନ ।