ଦେଶର ୩୩.୬୯ ଲକ୍ଷ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ମଧ୍ୟରୁ କେବଳ ୧୨.୭୭ ଲକ୍ଷ ହେଉଛନ୍ତି ୟୁପିର

ଓଡ଼ିଶାରେ ଅଛନ୍ତି ୨୦,୫୮୮

 

ନୂଆଦିଲ୍ଲୀ: ଲାଇସେନ୍ସ (ସ୍ୱୀକୃତି) ପ୍ରାପ୍ତ ମାରଣାସ୍ତ୍ର ବା ବନ୍ଧୁକଧାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ସମଗ୍ର ଦେଶରେ ୧ ନମ୍ବର ସ୍ଥାନରେ ରହିଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଅଛନ୍ତି ୧୨.୭୭ ଲକ୍ଷ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ। ଉତ୍ତରପ୍ରଦେଶ ପଛକୁ ରହିଛି ଆତଙ୍କବାଦ ଅଧ୍ୟୁଷିତ ଜମ୍ମୁ-କଶ୍ମୀର। ଜମ୍ମୁ-କଶ୍ମୀରରେ ୩.୬୯ ଲକ୍ଷ ଲୋକଙ୍କ ପାଖରେ ରହିଛି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ। ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସମଗ୍ର ଦେଶରେ ସକ୍ରିୟ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ହେଉଛି ୩୩,୬୯,୪୪୪।

ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୨,୭୭,୯୧୪ ଜଣ ରହିଛନ୍ତି ଉତ୍ତରପ୍ରଦେଶରୁ; ଯେଉଁମାନେ କି ବ୍ୟକ୍ତିଗତ ସୁରକ୍ଷାର ଆଳ ଦେଖାଇ ମାରଣାସ୍ତ୍ର ରଖିବା ପାଇଁ ଲାଇସେନ୍ସ ହାସଲ କରିଛନ୍ତି। ଅନ୍ୟପକ୍ଷରେ ବିଗତ ତିନି ଦଶନ୍ଧି ଧରି ଆତଙ୍କବାଦ ଅଧ୍ୟୁଷିତ ରହିଥିବା ଜମ୍ମୁ- କଶ୍ମୀରରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ୩,୬୯,୧୯୧ ରହିଛି। ସେହିପରି ୧୯୮୦ ଓ ୧୯୯୦ ଦଶକରେ ଆତଙ୍କବାଦର ସାମନା କରିଥିବା ପଞ୍ଜାବରେ ଅଛନ୍ତି ୩,୫୯,୩୪୯ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ। ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ କେବଳ ମାତ୍ର ଏଇ ଦୁଇ ଦଶନ୍ଧି ମଧ୍ୟରେ ସରକାରଙ୍କଠାରୁ ଲାଇସେନ୍ସ ହାସଲ କରିଥିଲେ; ଯେତେବେଳେ କି ଆତଙ୍କବାଦ ନିଜ କବ୍‌ଜାରେ ରଖିଥିଲା ପଞ୍ଜାବକୁ। ଏଇ ତିନିଟି ରାଜ୍ୟ ପଛକୁ ରହିଛି ମଧ୍ୟପ୍ରଦେଶ; ଏଠାରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ହେଉଛି ୨,୪୭,୧୩୦। ଏହା ପଛକୁ ହରିଆଣାରେ ଅଛନ୍ତି ୧,୪୧,୯୨୬ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ।

 ଦେଶର ରାଜଧାନୀ ଦିଲ୍ଲୀରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ୩୮,୭୫୪ ରହିଥିବା ବେଳେ ନାଗାଲାଣ୍ଡରେ ୩୬,୬୦୬; ଅରୁଣାଚଳ ପ୍ରଦେଶରେ ୩୪,୩୯୪; ମଣିପୁରରେ ୨୫,୮୩୬; ତାମିଲନାଡୁରେ ୨୨,୫୩୨; ଓଡ଼ିଶାରେ ୨୦,୫୮୮; ଆସାମରେ ୧୯,୨୮୩; ମେଘାଳୟରେ ୧୮,୬୮୮; ଝାଡ଼ଖଣ୍ଡରେ ୧୭,୬୫୪; ମିଜୋରାମରେ ୧୫,୮୯୫ ଏବଂ କେରଳରେ ୯,୪୫୯ଜଣଙ୍କୁ ପାଖରେ ବନ୍ଧୁକ ବା ମାରଣାସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି।

ସେହିପରି ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନରେ ୧,୩୩,୯୬୮; କର୍ଣ୍ଣାଟକରେ ୧,୧୩,୬୩୧; ମହାରାଷ୍ଟ୍ରରେ ୮୪,୦୫୦; ବିହାରରେ ୮୨,୫୮୫; ହିମାଚଳ ପ୍ରଦେଶରେ ୭୭,୦୬୯; ଉତ୍ତରାଖଣ୍ଡରେ ୬୪,୭୭୦; ଗୁଜୁରାଟରେ ୬୦,୭୮୪ ଓ ପଶ୍ଚିମବଙ୍ଗରେ ୬୦,୫୨୫ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ ରହିଛନ୍ତି।

ଅନ୍ୟପକ୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ୩୮,୭୫୪ ରହିଥିବା ବେଳେ ନାଗାଲାଣ୍ଡରେ ୩୬,୬୦୬; ଅରୁଣାଚଳ ପ୍ରଦେଶରେ ୩୪,୩୯୪; ମଣିପୁରରେ ୨୫,୮୩୬; ତାମିଲନାଡୁରେ ୨୨,୫୩୨; ଓଡ଼ିଶାରେ ୨୦,୫୮୮; ଆସାମରେ ୧୯,୨୮୩; ମେଘାଳୟରେ ୧୮,୬୮୮; ଝାଡ଼ଖଣ୍ଡରେ ୧୭,୬୫୪; ମିଜୋରାମରେ ୧୫,୮୯୫ ଏବଂ କେରଳରେ ୯,୪୫୯ଜଣଙ୍କୁ ପାଖରେ ବନ୍ଧୁକ ବା ମାରଣାସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି।

ସଂଖ୍ୟା ଦୃଷ୍ଟିରୁ ସବୁଠାରୁ କମ୍‌ ଲାଇସେନ୍ସ ମିଳିଛି ଦାମନ ଓ ଡିଉ ଏବଂ ଦାଦର ଓ ନଗର ହାଭେଲି ପରି ଛୋଟ ଛୋଟ କେନ୍ଦ୍ର ଶାସିତ ଅଞ୍ଚଳକୁ। ଏସବୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରତ୍ୟେକଙ୍କୁ ମିଳିଛି ୧୨୫ ଲେଖାଏଁ ଲାଇସେନ୍ସ।

ସମ୍ବନ୍ଧିତ ଖବର