ବ୍ରାଜିଲ : ବସ ଅପହରଣକରି ୩୭ ଲୋକଙ୍କୁ ମୁଣ୍ଡଜାମିନ ରଖିଥିବା ଯୁବକ ପୁଲିସ ଗୁଳିରେ ନିହତ

ରିଓ ଡି ଜେନିରୋ (ବ୍ରାଜିଲ) : ବ୍ରାଜିଲର ପ୍ରମୁଖ ନଗରୀ ରିଓ ଡି ଜେନିରେରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ଏକ ଯାତ୍ରୀବାହୀ ବସକୁ ଅପହରଣ କରିବା ସହ ସେଥିରେ ବସିଥିବା ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଇଥିଲା । ତେବେ ପ୍ରାୟ ୨ ଘଣ୍ଟା ପରେ ବ୍ରାଜିଲ ପୁଲିସର ବୋପ୍‌ କମାଣ୍ଡୋମାନେ ଉକ୍ତ ବ୍ୟକ୍ତିକୁ ଗୁଳିକରି ମାରିଦେଇଛନ୍ତି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ ବସଟି ରିଓ-ଡି ଜେନିରୋରୁ ସାଓ ଗନକାଲୋ ସହରକୁ ଯାଉଥିବାବେଳେ ବ୍ୟସ୍ତବହୁଳ ରିଓ ନେଟେରୋଇ ବ୍ରିଜରେ ସଂପୃକ୍ତ ଯୁବକ ତାହାକୁ ନିଜ କବଜାକୁ ନେଇ ଯାତ୍ରୀମାନଙ୍କୁ ମୁଣ୍ଡ ଜାମିନ ରଖିଥିଲା । ସେତେବେଳେ ବସରେ ୩୭ ଜଣ ଯାତ୍ରୀ ଥିଲେ । ତେବେ ପୁଲିସ ସହ କଥାବାର୍ତ୍ତା ପରେ କେତେକ ଯାତ୍ରୀଙ୍କୁ ସେ ଛାଡିଦେଇଥିଲା । ସମଗ୍ର ବସକୁ ଯାତ୍ରୀମାନଙ୍କ ସହ ଜଳାଇଦେବାକୁ ସେ ଧମକ ଦେଉଥିଲା । ଏଥିପାଇଁ ସେ ସମଗ୍ର ବସରେ ପେଟ୍ରୋଲ ଢାଳିଦେଇଥିଲା । ତେବେ ପ୍ରାୟ ୨ ଘଣ୍ଟା ଧରି ନାଟକ ଚାଲିବା ପରେ ପୁଲିସର ସ୍ନାଇପରମାନେ ତାକୁ ଗୁଳିକରିବାରେ ସକ୍ଷମ ହୋଇଥିଲେ ।

ସମ୍ବନ୍ଧିତ ଖବର