ଆତଙ୍କବାଦୀ ସୀମାରେ ପ୍ରବେଶ କଲେ ଗୋଡାଇ ଗୋଡାଇ ନିପାତ କରାଯିବ: ବିପିନ୍‌ ରାଓ୍ଵତ

ନୂଆଦିଲ୍ଲୀ: ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସେନାମୁଖ୍ୟ ବିପିନ ରାୱତ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, ଭାରତୀୟ ସେନା ସବୁ ଦୃଷ୍ଟିରୁ ସତର୍କ ରହିଛି । ସେନା ପାକିସ୍ତାନ ଏବଂ ଚୀନ ସୀମାରେ ଭଲ କାମ କରୁଥିବା ସେନାମୁଖ୍ୟ କହିଛନ୍ତି । ସେନା ଶାନ୍ତି  ମନୋଭାବ ନେଇ ଚାଲୁଛି। କିନ୍ତୁ ଆତଙ୍କବାଦୀ ସୀମାରେ ପ୍ରବେଶ କଲେ ତାଙ୍କୁ ଗୋଡାଇ ଗୋଡାଇ ନିପାତ କରାଯିବ ।

ସେନାମୁଖ୍ୟ କହିଛନ୍ତି, ଜାମ୍ମୁକାଶ୍ମୀର ସ୍ଥିତି ଆହୁରି ଅଧିକ ସୁଧୁରିପାରିବ । କାଶ୍ମୀରରେ ସାଧାରଣ ଲୋକଙ୍କୁ ସେନା ଟାର୍ଗେଟ କରି ନ ଥାଏ । କିନ୍ତୁ ସେନା ଭଲ ଭାବେ ଜାଣିଛି ଯେ, କାଶ୍ମୀରରେ ଆତଙ୍କବାଦୀମାନେ ମଧ୍ୟ ଅଛନ୍ତି । ଯେତେବେଳେ ସେନା କାଶ୍ମୀରରେ କୌଣସି ଆତଙ୍କବାଦୀର ନିପାତ କରିଥାଏ, ସେତେବେଳେ ସାଧାରଣ ଲୋକ ତାଙ୍କର ପ୍ରଂଶସା କରିଥାନ୍ତି । କାଶ୍ମୀର ହିଂସାକୁ ସେନା ରୋକିବାକୁ ଚାହୁଁଛି, କାରଣ କାଶ୍ମୀରରେ ସମସ୍ତେ ଶାନ୍ତି ଚାହୁଁଛନ୍ତି।

ସୋସିଆଲ ମିଡିଆ ପ୍ରସଙ୍ଗ ଉପରେ ଆଲୋଚନା କରି ସେନା ମୁଖ୍ୟ ବିପିନ ରାୱତ କହିଛନ୍ତି ଯେ, ସୋସିଆଲ ମିଡିଆକୁ ବ୍ୟାନ୍‌ କରାଯାଇପାରିବ ନାହିଁ । କିନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଆଡଭାଇଜରି ଜାରି କରାଯାଇଛି । କୌଣସି ପ୍ରକାର ଟ୍ରାପରେ ନ ଫସିବାକୁ ସମସ୍ତ ଯବାନମାନଙ୍କୁ ଚେତାବନୀ ଦିଆଯାଇଥିବା ସେନାମୁଖ୍ୟ ବିପିନ ରାୱତ କହିଛନ୍ତି ।

ସମ୍ବନ୍ଧିତ ଖବର