ସାମର୍ଥ୍ୟ ଦିଗରୁ ଆମେ ବୁଝାମଣା କରୁଛୁ: ଜମ୍ମୁ ଓ କଶ୍ମୀର ପ୍ରତି ସେନାମୁଖ୍ୟଙ୍କ ଉକ୍ତି

ନୂଆଦିଲ୍ଲୀ: ବୁଧବାର ଦିନ ଜେନେରାଲ୍‌ ବିପିନ ରାଓ୍ଵାତ କହିଛନ୍ତି ଯେ କଶ୍ମୀରରେ ସରକାରଙ୍କ ରଣନୀତି ଫଳପ୍ରଦ ପ୍ରମାଣିତ ହୋଇଛି ଏବଂ ଆମେ ସାମର୍ଥ୍ୟ ଦିଗରୁ ବୁଝାମଣା କରୁଛୁ।

କଶ୍ମୀରରେ ସରକାରଙ୍କର ରଣନୀତି କାମ ଦେଇଛି, ଆମେ ସାମର୍ଥ୍ୟ ଦୃଷ୍ଟିରୁ ବୁଝାମଣା କରୁଛୁ। ପରିସ୍ଥିତିରେ ଉନ୍ନତି ଘଟିଛି ଏବଂ ଅନୁପ୍ରବେଶ ହ୍ରାସ ପାଇଛି ବୋଲି ସେନାମୁଖ୍ୟ କହିଛନ୍ତି।

ଜମ୍ମୁ ଓ କଶ୍ମୀରର ଇଣ୍ଟର୍‌ଲୋକ୍ୟୁଟର୍‌ ବା ସରକାରଙ୍କର ସ୍ୱତନ୍ତ୍ର ପ୍ରତିନିଧି ରୂପେ ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଦିନେଶ୍ୱର ଶର୍ମାଙ୍କ ନିଯୁକ୍ତି ବିଷୟରେ ପଚରା ଯିବାରୁ ସେ କହିଲେ: ଏହା ସେନାବାହିନୀର ଅଭିଯାନକୁ ପ୍ରଭାବିତ କରିବ ନାହିଁ।

ସରକାର ତାଙ୍କୁ ନିଯୁକ୍ତ କରିଛନ୍ତି, ସେ କାମ କରନ୍ତୁ। ଏହା ସେନାବାହିନୀର ଅଭିଯାନକୁ ପ୍ରଭାବିତ କରିବ ନାହିଁ ବୋଲି ଜେନେରାଲ୍‌ ରାଓ୍ଵତ୍‌ କହିଛନ୍ତି।
ସେନାମୁଖ୍ୟ କହିଛନ୍ତି ଯେ କେବଳ ସୀମାନ୍ତ ନୁହେଁ, ଦେଶର ଅଭ୍ୟନ୍ତରରେ ଥିବା ଦୂରାନ୍ତର ଅଞ୍ଚଳରେ ଦୃଷ୍ଟି ରଖିବା ନିମନ୍ତେ ସେନାବାହିନୀ ଇଲେକ୍ଟ୍ରୋନିକ ଓ୍ଵାର୍‌ଫେୟାର୍‌ ସିଷ୍ଟମ୍‌ କଥା ଚିନ୍ତା କରୁଛି।

କେବଳ ସୀମାନ୍ତ ନୁହେଁ, ଦୂରାନ୍ତର ଅଞ୍ଚଳ ଉପରେ ନିଘା ରଖିବାକୁ ଆମେ ଇଲେକ୍ଟ୍ରୋନିକ ଓ୍ଵାର୍‌ଫେୟାର୍‌ କଥା ବିଚାର କରୁଛୁ ବୋଲି ସେ କହିଥିଲେ।
ପଶ୍ଚିମ ଏବଂ ଉତ୍ତର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ନିଘା ରଖିବାକୁ ସେନାର ପ୍ରମୁଖ ଆବଶ୍ୟକତା ଥିଲା ଗୁଇନ୍ଦା, ଦୃଷ୍ଟିପାତ ଏବଂ ପଇଁତରା।
ପ୍ରଯୁକ୍ତି ବିଦ୍ୟା ସହ ଲୋକବଳକୁ ସାମିଲ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କର ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆର୍ମି ଡିଜାଇନ୍‌ ବ୍ୟୁରୋଙ୍କ ସହ ଆଲୋଚନା କରିବାକୁ ‘ଏଫ୍‌ଆଇସିସି’ର ‘ସଲ୍ୟୁସନ୍‌ସ୍‌ ଟୁ ପ୍ରୋବ୍‌ଲେମ୍‌ ଷ୍ଟେଟ୍‌ମେଣ୍ଟ୍‌ସ୍‌’ର ସେମିନାର୍‌ରେ ସେନାମୁଖ୍ୟ ଶିଳ୍ପ ପ୍ରତିନିଧିମାନଙ୍କୁ ଆମନ୍ତ୍ରିତ କରିଥିଲେ।
ଆମ ସହ ବାର୍ତ୍ତାଳପ କରିବା ନିମନ୍ତେ ଶିଳ୍ପ ସକାଶ ପେଣ୍ଠସ୍ଥଳ ହେଉଛି ଆର୍ମି ଡିଜାଇନ୍‌ ବ୍ୟୁରୋ ବୋଲି ଜେନେରାଲ୍‌ ରାଓ୍ଵତ୍‌ କହିଛନ୍ତି।
ସେହି ଅନୁସାରେ, ଶିଳ୍ପକୁ ସେନାବାହିନୀ ଆବଶ୍ୟକ ସହଯୋଗ ଯୋଗାଇ ଦେବ।

ସମ୍ବନ୍ଧିତ ଖବର