ଭବିଷ୍ୟତର ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଭାରତ, ସୈନ୍ୟସଂଖ୍ୟା କମିବ, ଟେକନଲୋଜୀର ବ୍ୟବହାର ବଢିବ

ନୂଆଦିଲ୍ଲୀ : ପୂର୍ବରୁ ଯେଉଁ ଦେଶରେ ସୈନ୍ୟ ସଂଖ୍ୟା ଯେତେ ଅଧିକ ସେ ଅଧିକ ଶକ୍ତିଶାଳୀ ଥିଲା । ପୂର୍ବରୁ ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଭବିଷ୍ୟତର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବଳର ଗୁରୁତ୍ୱ କମିବ ଓ ଟେକନଲୋଜୀର ଗୁରୁତ୍ୱ ଓ ବ୍ୟବହାର ବଢିବ । ଭବିଷ୍ୟତରେ ଚୀନ ପରି ଶକ୍ତିଶାଳୀ ଦେଶ ସହ ଯୁଦ୍ଧ କରିବାକୁ ପଡିପାରେ । ଏପରି ଯୁଦ୍ଧ ହେଲେ ତାହା ହେବ ଏକ ହାଇଟେକ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭବିଷ୍ୟତରେ ଭାରତୀୟ ସେନା ଟେକନଲୋଜୀର ଅଧିକ ପ୍ରୟୋଗ କରିବ ଓ ସୈନ୍ୟମାନଙ୍କ ସଂଖ୍ୟା କମାଇବ । ଉଦାହରଣସ୍ୱରୂପ, ଭବିଷ୍ୟତର ଯୁଦ୍ଧରେ ପାଇଲଟ କଣ୍ଟ୍ରୋଲ ରୁମରେ ବସିଥିବ ଓ ଡ୍ରୋନ ଶତ୍ରୁପକ୍ଷ ଉପରେ ବୋମାବର୍ଷଣ କରୁଥିବ । ସେହିପରି ସାଧରଣ ଜବାନଙ୍କ ସ୍ଥାନ ନେବେ ସ୍ମାର୍ଟ ସୋଲଜର, ଯେଉଁମାନେ ସବୁପ୍ରକାରର ଯୁଦ୍ଧରେ ଓ ବିଭିନ୍ନ ଅତ୍ୟାଧୁନିକ ଟେକନଲୋଜୀ ବ୍ୟବହାର କରିବାରେ ପାରଙ୍ଗମ ଥିବେ ।

ଏସବୁ ବିଷୟରେ ଭାରତୀୟ ସେନା ଏବେ ଗୁରୁତ୍ୱଦେବା ଆରମ୍ଭ କରିଛି । ନୂଆଦିଲ୍ଲୀରେ ଏବେ ଚାଲିଥିବା ଆର୍ମି କମାଣ୍ଡର ସମ୍ମିଳନୀରେ ଏ ବିଷୟରେ ଗୋପନ ଆଲୋଚନା ଚାଲିଛି । ଆଗାମୀ ଦିନରେ ଭାରତୀୟ ସେନାରେ ସଂସ୍କାର ଆଣିବା ସହ ଟେକନଲୋଜୀକୁ ଅଧିକ ବ୍ୟବହାର କରିବା ଉପରେ ଏଠାରେ ସହମତି ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର