ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡାରେ ସୁରକ୍ଷାକର୍ମୀଙ୍କ ଚଢାଉ : ଘରୋଇ ସାମଗ୍ରୀ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ

ଜଙ୍ଗଲ ଭିତରେ ଖୋଳିଥିଲେ ଗୁପ୍ତ ସୁଡଙ୍ଗ, ରହିବା ପାଇଁ ସରିଥିଲା ସମସ୍ତ ପ୍ରକାର ବନ୍ଦୋବସ୍ତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ରାଡାରରେ ପଡିଛି ଆତଙ୍କବାଦୀଙ୍କ ଏକ ଗୁପ୍ତ ଆଡ୍ଡା । ଏହି ଗୁପ୍ତ ଆଡ୍ଡାରୁ ଘରୋଇ ସାମଗ୍ରୀ ଓ ଅନ୍ୟ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି ସୁରକ୍ଷାବାହିନୀ ।

ଜଙ୍ଗଲ ମଧ୍ୟରେ ଥିବା ଆତଙ୍କବାଦୀଙ୍କ ଏହି ଗୁପ୍ତ ଆଡ୍ଡାରେ ଚଢାଉ ବେଳେ ସୁରକ୍ଷାକର୍ମୀ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ଆତଙ୍କବାଦୀମାନେ ଶୀତ ଦିନରେ ଏଠାରେ ରହିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିସାରିଥିଲେ । ଏପରିକି ଏହିଠାରୁ ଆତଙ୍କୀ କର୍ଯ୍ୟକଳାପ ଚଳାଇବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଜବତ ହୋଇଥିବା ସାମଗ୍ରୀରୁ ଜଣାପଡୁଛି ଯେ, ଆତଙ୍କବାଦୀମାନେ ଏଠାରେ ଦୀର୍ଘଦିନ ଧରି ରହିବାକୁ ଯୋଜନା କରିଥିଲେ । ସେଥିପାଇଁ ଶୀତବସ୍ତ୍ର ସହ କମ୍ବଳ, ଖାଦ୍ୟ ସାମଗ୍ରୀ ଯୋଗାଡ କରି ସାରିଥିଲେ । ତେବେ ଗୁପ୍ତ ସୁଡଙ୍ଗରେ ରହିବା ପୂର୍ବରୁ ସୁରକ୍ଷାକର୍ମୀ ଏହାକୁ ଭଣ୍ଡୁର କରିଛନ୍ତି ।

ଗୁପ୍ତ ସୁଡଙ୍ଗରୁ ଏତେ ଗୁଡିଏ ସାମଗ୍ରୀ ଜବତ କରିବା ପରେ ଏବେ ଆଉ କେଉଁଠି ଏଭଳି ସ୍ଥାନ ରହିଛି ତାହା ଖୋଜିବା ଆରମ୍ଭ କରିଛି ସୁରକ୍ଷାବାହିନୀ । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଜଣେ ମହିଳାଙ୍କୁ ୨୦ଟି ଗ୍ରେନେଡ ସହ ଗିରଫ କରାଯାଇଥିଲା । ଏହାକୁ ସେ ଆତଙ୍କବାଦୀଙ୍କୁ ଯୋଗାଇଦେବାକୁ ନେଉଥିଲା ବୋଲି ଜଣାପଡିଥିଲା । ମହିଳା ଜଣଙ୍କୁ ପଚରାଉଚରା କରି ପୋଲିସ ଅନ୍ୟ ଦୁଇ ହଜିବୁଲ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଆଉ ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଜଙ୍ଗଲରେ ଚଢାଉ କରି ଏହି ଗୁପ୍ତ ସୁଡଙ୍ଗର ପତ୍ତା ଲଗାଇଥିଲେ ।

ସମ୍ବନ୍ଧିତ ଖବର