ଭୋପାଳ : ଭିଣ୍ଡ୍ର ଏକ ଆୟୁର୍ବେଦିକ ହସପିଟାଲ ପକ୍ଷରୁ ଭାରତୀୟ ସେନାର ଜଣେ ଜବାନଙ୍କ ଚିକିତ୍ସା ବାବଦରେ ୧୬ କୋଟି ଟଙ୍କାର ବିଲ୍ ପଠାଇଛି । ଆହୁରି କୌତୁହଳର ବିଷୟ ହେଉଛି ଯେ ହସପିଟାଲଟି ହେଉଛି ଜବାନଙ୍କ ପିତାଙ୍କର । ସେନାର ଇନଫାଣ୍ଟ୍ରି ରେଜିମେଣ୍ଟରେ ଜବାନ ଥିବା ସୌରଭ ରାଜାଓ୍ଵତ ୨୦୧୩ରେ ସେବା ରତ ଥିବାବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୪ ରେ ସେ ଉକ୍ତ ହସପିଟାଲ ଛାଡି ନିଜ ଘରକୁ ଆସି ପିତାଙ୍କ ଆୟୁର୍ବେଦିକ ହସପିଟାଲରେ ଚିକିତ୍ସିତ ହେବା ଆରମ୍ଭ କଲେ । ଏହି ହସପିଟାଲରେ ୨୦୧୭ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଲା । ଏଥିରୁ ଛାଡ ପାଇବା ପରେ ଉକ୍ତ ହସପିଟାଲ ସେନା ପାଖକୁ ୧୬ କୋଟି ଟଙ୍କାର ବିଲ ପଠାଇଛି । ଏତେ ଟଙ୍କାର ବିଲ ଆସିବା ପରେ ସେନା ପକ୍ଷରୁ ଉକ୍ତ ହସପିଟାଲ ବିଷୟରେ ତଦନ୍ତ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିକଟକୁ ଏକ ପତ୍ର ଲେଖାଗଲା । ଜିଲ୍ଲାପାଳ ଏହାକୁ ମଧ୍ୟପ୍ରଦେଶର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ପଠାଇଦେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଉକ୍ତ ହସପିଟାଲର ମୁଖ୍ୟ ତଥା ଜଓ୍ଵାନଙ୍କ ପିତା ଡଃ ଆଇଏସ ରାଜାଓ୍ଵତ କହିଛନ୍ତି ଯେ ସେ ମାତ୍ର ୧.୬ ଲକ୍ଷ ଟଙ୍କାର ବିଲ ପଠାଇଥିଲେ । କିନ୍ତୁ ତାହା କିପରି ୧୬ କୋଟି ହେଲା ତାହା ତାଙ୍କୁ ଜଣାନାହିଁ ।