ମିଆଁମାର ଭାରତ ସୀମାରୁ ୯ ବୋଡୋ ଉଗ୍ରବାଦୀଙ୍କୁ ଗିରଫ କଲା ସେନା

0 527

ନୂଆଦିଲ୍ଲୀ : ମିଆଁମାର ସୀମାଦେଇ ଭାରତକୁ ପ୍ରବେଶ ଉଦ୍ୟମ କରୁଥିବା ୯ ଜଣ ବୋଡୋ ଉଗ୍ରବାଦୀଙ୍କୁ ଭାରତୀୟ ସେନା ଗିରଫ କରିଛି । ଗତକାଲି ରାତିରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ଏକ ମିଳିତ ଅପରେସନ ବେଳେ ଏହି ଉଗ୍ରପନ୍ଥୀମାନଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି ।

ସେନା ସୁତ୍ରରୁ ପ୍ରକାଶ ଯେ ଗତ କାଲି ରାତିରେ ଅରୁଣାଚଳ ପ୍ରଦେଶ ସ୍ଥିତ ଭାରତ-ମିଆଁମାର ସୀମା ଦେଇ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅପ ବୋଡୋଲାଣ୍ଡ ( ସୋଙ୍ଗବଜିତ) ଗ୍ରୁପର ଏହି ଆତଙ୍କବାଦୀମାନେ ଭାରତୀୟ ଅଂଚଳ ମଧ୍ୟକୁ ପ୍ରବେଶ କରୁଥିବାବେଳେ ସେନା ସେମାନଙ୍କୁ ଗିରଫ କରିଥିଲା । ଏମାନେ ମିଆଁମାର ସୀମାରେ ଥିବା ଆତଙ୍କବାଦୀ ତାଲିମ କ୍ୟାମ୍ପରୁ ଭାରତ ମଧ୍ୟକୁ ଆସୁଥିବା ଲେପ୍ଟନାଣ୍ଟ କର୍ଣ୍ଣେଲ ଏ.ପି.ଖୋସୋଙ୍ଗୀ କହିଛନ୍ତି । ଏସବୁ ଆତଙ୍କବାଦୀ କ୍ୟାମ୍ପରେ ବହୁସଂଖ୍ୟାକ ବୋଡୋ ଉଗ୍ରବାଦୀ ତାଲିମ ନେଉଛନ୍ତି ଓ ସେମାନେ ଭାରତରେ ପ୍ରବେଶ କରି ହିଂସାକାଣ୍ଡ ସୃଷ୍ଟି କରିପାରନ୍ତି ବୋଲି ପୂର୍ବରୁ ଗୁଇନ୍ଦା ସୂଚନା ଥିଲା ।

ଗିରଫ ଉଗ୍ରପନ୍ଥୀଙ୍କଠାରୁ ଏକ-୪୭, ଏକେ୫୬, ପିସ୍ତଲ, ଗ୍ରେନେଡ ଆଦି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.