ଜମ୍ମୁ-କଶ୍ମୀରରେ ବିସ୍ଫୋରଣ ଘଟି ସେନା ଅଧିକାରୀ ନିହତ, ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲାରେ ଆଇଡି ବିସ୍ଫୋରଣ ଘଟି ଜଣେ ସେନା ଅଧିକାରୀ ନିହତ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଭାରତ-ପାକ ସୀମାର ନିୟନ୍ତ୍ରଣ ରେଖା ନିକଟରେ ଏହି ବିସ୍ଫୋରଣ ଶନିବାର ଅପରାହ୍‌ଣରେ ଘଟିଥିବା ସୂଚନା ମିଳିଛି।

ରାଜୌରି ଜିଲ୍ଲର ନୌଶେରା ସେକ୍ଟରର ଲାମ୍‌ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ମେଜର ଶ୍ରେଣୀୟ ସେନା ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି। ଅପରାହ୍ଣ ୩ଟା ସମୟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ଅଧିକାରୀ ଓ ତାଙ୍କ ସହ ଥିବା ଯବାନ ପାଟ୍ରୋଲିଂ କରିବା ସମୟରେ ରାସ୍ତା କଡ ନାଳ ପାଖରେ ନଗଦ ମାଟି ଖୋଳା ଯାଇଥିବା ଦେଖିବାକୁ ପାଇଥିଲେ। ଏହା ସେମାନଙ୍କର ସନ୍ଦେହ ବଢାଇଥିଲା। ସେମାନେ ଖୋଳାଯାଇଥିବା ସ୍ଥାନ ନିକଟକୁ ଯାଇ ପରୀକ୍ଷା କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା।

ଲେଫ୍ଟନାଣ୍ଟ ଜେନେରାଲ୍‌ ଦେବେନ୍ଦର ଆନନ୍ଦ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର