ପାକିସ୍ତାନର ଟ୍ୟାଙ୍କକୁ ଧ୍ବଂସ କରିବାକୁ ଭାରତ ଇସ୍ରାଏଲରୁ ମଗାଇଲା ମାରାତ୍ମକ ସ୍ପାଇକ ମିସାଇଲ

0

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ସେନା ହାତକୁ ଆସିବ ଇସ୍ରାଏଲର ମାରାତ୍ମକ ସ୍ପାଇକ ଆଣ୍ଟି ଟ୍ୟାଙ୍କ ମିସାଇଲ । ଏଥିପାଇଁ ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨୮୦ କୋଟି ଟଙ୍କାର ଏକ ଚୁକ୍ତି ହୋଇଛି । ଏହା ମାଧ୍ୟମରେ ଭାରତ ୧୨ଟି ଲଞ୍ଚର ୨୧୦ଟି ମିସାଇଲ ପାଇବ । ବାଲାକୋଟ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଭାରତ ଜରୁରୀକାଳୀନ ଭିତ୍ତିରେ ଏହି ମିସାଇଲ ମଗାଇଛି ।

ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ବିଶ୍ୱର ସବୁଠୁ ମାରାତ୍ମକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ । ଏହାର ମାରକ କ୍ଷମତା ସର୍ବାଧିକ ୨୫ କିଲୋମିଟର । ଏହାକୁ ଜଣେ ସୈନିକ କାନ୍ଧରେ ବୋହି ଫାୟାର କରିପାରିବ । ବିଶ୍ୱର ସବୁପ୍ରକାରର ଅତ୍ୟାଧୁନିକ ଟ୍ୟାଙ୍କକୁ ଧ୍ୱଂସ କରିବାକୁ ଏହା ସକ୍ଷମ । ବିଶ୍ୱର ଅଳ୍ପ କେତେକ ଦେଶକୁ ହିଁ ଇସ୍ରାଏଲ ଏହି ମିସାଇଲ ହସ୍ତାନ୍ତର କରିଛି । ଭାରତୀୟ ସେନା ପାଖକୁ ଆସିଲେ ଏହା ପାକିସ୍ତାନୀ ଟ୍ୟାଙ୍କ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହେବ । ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତର ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଉଛି ଯେ ଏହାକୁ ଦୂର୍ଗମ ସ୍ଥାନରେ ମୃତୟନ କରାଯାଇପାରିବ ଓ ଏହା ରାତିଅନ୍ଧାରରେ ପ୍ରବଳ ବେଗରେ ଆକ୍ରମଣ କରିପାରିବ । ଖୁବଶୀଘ୍ର ପାକିସ୍ତାନକୁ ଏହି ଟ୍ୟାଙ୍କର ଡେଲିଭରୀ ଆରମ୍ଭ କରିବ ଚୀନ । ମୁଖ୍ୟତଃ ଭାରତକୁ ଟାର୍ଗେଟ କରିବାକୁ ପାକିସ୍ତାନ ଏହି ଟ୍ୟାଙ୍କ ଆଣୁଛି । ଏଣୁ ସ୍ପାଇକ ମିସାଇଲ ମାଧ୍ୟମରେ ଏସବୁ ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ ଯୋଜନା କରୁଛି ଭାରତ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.