ପୁଣି ମାତିଲେ ଆତଙ୍କବାଦୀ: ଛୁଟିରେ ଘରକୁ ଯାଇଥିବା ଯବାନଙ୍କୁ ହତ୍ୟା

ଶ୍ରୀନଗର: କଶ୍ମୀର ବରମୁଲା ଜିଲ୍ଲାସ୍ଥିତ ଓ୍ଵାରପୋରା ସୋପୋରା ଅଞ୍ଚଳରେ ଆତଙ୍କବାଦୀ ଗୁଳିରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି। ଯବାନ ମହମ୍ମଦ ରଫିକ୍‌ ୟାଟୁ ଛୁଟିରେ ଯାଇ ତାଙ୍କ ଘରେ ଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିବା ଜାଣିବାକୁ ମିଳିଛି।

ମିଳିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯବାନ ଜଣକ ଛୁଟି କାଟିବାକୁ କଶ୍ମୀରର ବୁଧଗାମ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କ୍ୱାଜିପୋରା ଚଦୁରାକୁ ଯାଇଥିଲେ। ସେ ମାର୍ଚ ୮ ତାରିଖରୁ ଛୁଟିରେ ଥିଲେ। ଘରେ ଛୁଟି ମନାଉଥିବା ଅବସ୍ଥାରେ କିଛି ଆତଙ୍କବାଦୀ ହଠାତ୍‌ ତାଙ୍କ ଘରକୁ ଆସି ତାଙ୍କ ଉପରେ ଗୁଳି ଚାଳନା କରିଥିଲେ। ଯବାନ ଜଣକ ଗୁଳି ମାଡ଼ ଖାଇ ଗୁରୁତର ଆହତ ହୋଇପଡ଼ିଥିଲେ। ସେ ଆହତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପଟାଲ୍‌ ନିଆଯାଇଥିଲା। ମାତ୍ର ହସ୍ପିଟାଲ୍‌ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଗୁଳି କରି ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀକୁ ଖୋଜିବା ପାଇଁ ସେନା, ପୁଲିସ୍‌ର ସ୍ପେସାଲ୍‌ ଅପରେସନ ଗ୍ରୁପ୍‌ ଓ ସିଆର୍‌ପିଏଫ୍‌ ପକ୍ଷରୁ ଏକ ମିଳିତ ଅପରେସନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର