ପୂର୍ବରୁ ଅନେକ ଥର ଆକ୍ରମଣ ହୋଇଥିଲା, କିନ୍ତୁ ମୋଦୀଙ୍କ ପାଇଁ ପାକିସ୍ତାନକୁ ଉଚିତ୍‌ ଜବାବ ଦେଇ ପାରିଲେ ଭାରତୀୟ ସେନା : ବିଜେପି ସାଂସଦ

ନୂଆଦିଲ୍ଲୀ : ଗତ ଦୁଇ ମାସ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାହା ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ବଢ଼ାଇଥିଲା । ପୁଲଓ୍ଵାମା ଆକ୍ରମଣ ପରେ ବାଲାକୋଟ୍‌ରେ ଭାରତୀୟ ବାୟୁସେନା ଏହାର ପ୍ରତିଶୋଧ ନେବା ଏବଂ ପରେ ପାଇଲଟ୍‌ ଅଭିନନ୍ଦନ ପାକ୍‌ କବ୍‌ଜାକୁ ଯାଇ ଫେରିବା । ଏ ସବୁ ଘଟଣା ମୋଦୀଙ୍କୁ ଅଧିକରୁ ଅଧିକ ଲୋକପ୍ରି୍ୟ କରାଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ମୋଦୀ ଆତଙ୍କବାଦୀ ଏବଂ ପାକିସ୍ତାନକୁ ଉଚିତ୍‌ ଜବାବ ମିଳିଥିବା କହି ନିଜର ଅଭିଭାଷଣ ରଖୁଥିବାରୁ ବିରୋଧୀ ଦଳ ଅନେକ ଥର ଏହାକୁ ବିରୋଧ କରି ସାରିଛନ୍ତି । ମୋଦୀ ସେନାର ସାହସର ଶ୍ରେୟ ନେଉଥିବା ଅଭିଯୋଗ ଆଣି ବିରୋଧି ଦଳ ତାଙ୍କୁ କଟାକ୍ଷ କରୁଥିବା ବେଳେ ଏବେ ବିଜେପି ସାଂସଦ ରାମଚରଣ ବୋହରା ପୁଣି ଥରେ ସେ ପ୍ରସଙ୍ଗ ଉଠାଇଛନ୍ତିି ।

indiatoday.in

ଭାରତୀୟ ସେନା ପାକିସ୍ତାନକୁ ଉଚିତ୍‌ ଜବାବ ଦେଇଛି ସତ । କିନ୍ତୁ ତାହା କେବଳ ମୋଦୀଙ୍କ ପାଇଁ ସଫଳ ହୋଇ ପାରିଛି । ପୂର୍ବରୁ ଅନେକ ଥର ଆତଙ୍କବାଦୀ ଭାରତ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ମୋଦୀଙ୍କ ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀ କେବେ ହେଲେ ସେନାକୁ ଉଚିତ ଜବାବ ଦେବା ପାଇଁ ଖୋଲା ଛାଡ଼ି ନଥିଲେ । ଚାହିଁ ମଧ୍ୟ ସେନାର ଯବାନମାନଙ୍କୁ ହାତ ବାନ୍ଧି ବସିବାକୁ ପଡ଼ୁଥିଲା । କିନ୍ତୁ ମୋଦୀଙ୍କ ରାଜୁତିରେ ଦୁଇ ଦୁଇ ଥର ଶତ୍ରୁକୁ ବଡ଼ ଜବାବ ମିଳିଛି । ପୁଲଓ୍ଵାମା ଆକ୍ରମଣ ପରେ ମୋଦୀଜୀ ସେନାକୁ ଖୋଲା ଛାଡ଼ି ଦେଇଥିଲେ । ମୋଦୀଙ୍କଠାରୁ ଅନୁମତି ମିଳିବା ପରେ ସାହାସର ସହ ଭାରତୀୟ ସେନା ଶତ୍ରୁକୁ ଜବାବ ଦେଇଥିଲେ ବୋଲି କହିଛନ୍ତି ରାମଚରଣ । ରାମଚରଣ ଜୟପୁରରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର