ଦଳିତ ଶ୍ରମିକକୁ ଜବରଦସ୍ତି ବିଷ୍ଠା ଖୁଆଇବା ଅଭିଯୋଗରେ ଇଟା ଭାଟି ମାଲିକ ଗିରଫ

ପୁନେ: ମହାରାଷ୍ଟ୍ରର ପୁନେ ଜିଲ୍ଲାର ଜଣେ ଦଳିତକୁ ଜବରଦସ୍ତି ବିଷ୍ଠା ଖୁଆଇବା ଅଭିଯୋଗରେ ଇଟା ଭାଟିର ମାଲିକକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଫିପରି ମୁଲସି ତହସିଲ୍‌ ଅନ୍ତର୍ଗତ ଜମ୍ଭେ ଅଭିଯୁକ୍ତକୁ ଅନୁସୂଚିତ ପୀଡ଼ିତ ଶ୍ରମିକ ସୁନୀଲ ଅନିଲ ପାବେଲ(୨୨) ଏ ସଂପର୍କରେ ହିଂଜେବାଡି ପୁଲିସ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତ ସନ୍ଦୀପ ପାଓ୍ଵାର (୪୨)କୁ ଗିରଫ କରିଥିଲା।

ସୁନୀଲର ଅଭିଯୋଗ ଅନୁଯାୟୀ ତା’ର ପରିବାର ଦୁଇ ବର୍ଷଧରି ସନ୍ଦୀପ ପାଓ୍ଵାରର ଇଟା ଭାଟିରେ କାମ କରୁଥିଲେ। ଗତ ବୁଧବାର ଦିନ ବାପା ଅନୀଲ, ମାଆ ସବିତା ଓ ଜେଜେ, ଜେଜେ ମା’ ଦ୍ୱିପହରରେ ଖାଉଥିଲେ। ସେହି ସମୟରେ ସେଠାରେସନ୍ଦୀପ ପାଓ୍ଵାର ପହଞ୍ଚି ସୁନୀଲର ବାପା ଓ ମାଆଙ୍କୁ ମାଡ଼ ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲା। ସେହି ସମୟରେ ସନ୍ଦୀପର ସ୍ତ୍ରୀ ଦୀପ୍ତି ଏକ ମାଠିଆରେ ମାନବ ବିଷ୍ଠା ଆଣିଥିଲା ଓ ସନ୍ଦୀପ ସୁନୀଲକୁ ଜବରଦସ୍ତି ଖୁଆଇଥିଲା।

ସମ୍ବନ୍ଧିତ ଖବର