ବିହାରରେ ନାବାଳିକାଙ୍କୁ ଅସଦାଚରଣ ଭିଡିଓ ଭାଇରାଲ: ୪ ଗିରଫ

ପାଟନା : ବିହାର ଜେହନାବାଦ୍‌ ଜିଲ୍ଲାର ଭରଥୁଆ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବାଳିକାକୁ କିଛି ଯୁବକ ଅସଦାଚରଣ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ପୁଲିସ ଏନେଇ ୪ ଜଣଙ୍କୁ ଗିରଫ କରିଛି। ତେବେ ଉକ୍ତ ଭିଡିଓଟି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଅଭିଯୁକ୍ତକୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଦେଇଛି। ଭିଡିଓ ପୋଷ୍ଟ୍‍ କରିଥିବା ବ୍ୟକ୍ତି ଜଣଙ୍କ ଆହ୍ଲାବାଦ୍‌ର। ତେଣୁ ବିହାରରୁ ଭିଡିଓଟି କିପରି ଆହ୍ଲାବାଦ୍‌ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଲା ଏବଂ କେଉଁ ପରିସ୍ଥିତିରେ ସେ ଭିଡିଓଟିକୁ ଫେସବୁକ୍‌ରେ ପୋଷ୍ଟ କଲେ ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଦେଇଛି। ଉକ୍ତ ଭିଡିଓରେ ୭ ଜଣ ବ୍ୟକ୍ତି ଜଣେ ନାବାଳିକାକୁ ଅଶ୍ଳୀଳ ଭାଷାରେ କିଛି କହିବା ସହ ତାଙ୍କ ଡ୍ରେସ୍‌ ଟଣା ଓଟରା କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର